‘ସୁପ୍ରିମ’ ଶୁଣାଣିକୁ କାନେଇଛି କର୍ଣ୍ଣାଟକ ! ଆଜି ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ମାମଲା ଉପରେ ହେବ ଶୁଣାଣି

109

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ‘କର୍ଣ୍ଣାଟକ ନାଟକ’ର ଶୁଣାଣି ହେବ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । କର୍ଣ୍ଣାଟକ ବିଦ୍ରୋହୀ ବିଧାୟକ ଓ ବାଚସ୍ପତିଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଆବେଦନ କରିଥିବା ୧୦ ବିଦ୍ରୋହୀ ବିଧାୟକଙ୍କ ସମେତ ପରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିବା ଅନ୍ୟ ୫ ବିଧାୟକଙ୍କ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ ।

ତେବେ କର୍ଣ୍ଣାଟକ ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ଗହଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏବଂ ସେମାନଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କରେ ଆଜି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୨ ତାରିଖରେ ସୁପ୍ରିମକୋର୍ଟ କର୍ଣ୍ଣାଟକ ବାଚସ୍ପତି କେ. ରମେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ବିଧାୟକଙ୍କ ଆବେଦନକୁ ଖାରଜ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ସେପଟେ ଆସନ୍ତା ଗୁରୁବାର ବିଧାନସଭାରେ ନିଜର ବିଶ୍ୱାସର ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ୧୮ ତାରିଖ ଦିନ ୧୧ଟା ବେଳେ ଗୃହରେ ଆସ୍ଥା ଭୋଟ ହେବ ।