କନକ ବ୍ୟୁରୋ: କର୍ଣ୍ଣାଟକରେ ଜାରି ରହିଛି ରାଜନୈତିକ ନାଟକ । ଆମେରିକାରୁ ରାତିଅଧିଆ ଫେରିଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ରାତି ତମାମ ବସିଲା ଜେଡିଏସ ବିଧାୟକ ଦଳ ବୈଠକ । ଜରୁରୀ ବୈଠକ ଡକାଇଛନ୍ତି ରାଜ୍ୟ କଂଗ୍ରେସ ମୁଖ୍ୟ ସିଦ୍ଧରମୈୟା । ଡ୍ୟାମେଜ କଂଟ୍ରୋଲ ପାଇଁ ସିଦ୍ଧରମୈୟା ଏହି ବୈଠକ ଡାକିଥିବା କୁହାଯାଉଛି । ତେବେ ଅସନ୍ତୁଷ୍ଟ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ମନାଇବାକୁ ଦଳର ନେତୃବୃନ୍ଦ ମନ୍ତ୍ରୀ ପଦ ଅଫର କରିଥିବା ସୂଚନା ମିଳିଛି ।

Advertisment

publive-image

କଂଗ୍ରେସ-ଜେଡିଏସ ମେଂଟ ସରକାରରେ ଥିବା ୧୩ ଜଣ ବିଧାୟକ ଇସ୍ତଫା ଦେଇସାରିବା ପରେ ଏବେ ପ୍ରଶ୍ନ ଉଠୁଛି କର୍ଣ୍ଣାଟକରେ ମେଂଟ ସରକାର ତିଷ୍ଠି ପାରିବ ତ ? କାହିଁକି ନା ବିଧାୟକଙ୍କ ଇସ୍ତଫା ପରେ ମ୍ୟାଜିକ ନମ୍ବର ୧୦୬ କାହା ପାଖରେ ବି ନାହିଁ । କଂଗ୍ରେସ-ଜେଡିଏସ ମେଂଟ ପାଖରେ ୧୦୫ ସଦସ୍ୟ ଥିବା ବେଳେ ବିଜେପି ପାଖରେ ମଧ୍ୟ ୧୦୫ ବିଧାୟକ ଅଛନ୍ତି । ଆଉ ୧୩ ବାଗି ବିଧାୟକଙ୍କ ପାଇଁ କର୍ଣ୍ଣାଟକରେ ଭାଙ୍ଗିବାକୁ ବସିଛି ୧୩ ମାସର ସରକାର ।