ବାଲେଶ୍ୱରରେ କର୍ଣ୍ଣାଟକ ପୁଲିସ ହଟହଟା : ଅଭିଯୁକ୍ତକୁ ଧରିବାକୁ ଆସିଥିବା ପୁଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ

Advertisment
ବାଲେଶ୍ୱରରେ କର୍ଣ୍ଣାଟକ ପୁଲିସ ହଟହଟା : ଅଭିଯୁକ୍ତକୁ ଧରିବାକୁ ଆସିଥିବା ପୁଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ

କନକ ବ୍ୟୁରୋ: ବାଲେଶ୍ୱରରେ କର୍ଣ୍ଣାଟକ ପୁଲିସ ହଟହଟା । ଅଭିଯୁକ୍ତକୁ ଧରିବାକୁ ଆସିଥିବା ପୁଲିସକୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ । ଖବର ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ୨ ଜଣ କର୍ଣ୍ଣାଟକ ପୁଲିସକୁ ଉଦ୍ଧାର କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖନ୍ତାପଡା ଥାନା ଅଂଚଳର ତାଳକୁରୁଣିଆ ଗାଁରେ ।

publive-image

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକ କେଜି ହିଲ୍ଲୀ ଥାନା ଅଂଚଳର ଜଣେ ୧୫ ବର୍ଷ ବୟସ୍କ ନାବାଳିକାକୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଆଉ କର୍ଣ୍ଣାଟକ ପୁଲିସ ମୋବାଇଲ ଟ୍ରାକ କରି ପହଂଚିଥିଲା ତାଳକୁରୁଣିଆ ଗାଁରେ । ନାବାଳିକାକୁ ଅପହରଣ କରିଆଣିଥିବା ସନ୍ଦେହରେ ଜଣେ ଯୁବକକୁ ପଚରା ଉଚରା କରିବା ସହ ନିକଟସ୍ଥ ଫାଣ୍ଡିକୁ ଆସିବାକୁ କହିଥିଲେ କର୍ଣ୍ଣାଟକ ପୁଲିସ । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ କର୍ଣ୍ଣାଟକରୁ ଆସିଥିବା ୨ଜଣ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ଗୋପାଳପୁର ଫାଣ୍ଡି ଏଏସଆଇ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ କର୍ଣ୍ଣାଟକରୁ ଆସିଥିବା ୨ ଜଣ ପୁଲିସକୁ ଲୋକେ ଛାଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe