ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ : ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ

Advertisment
ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ : ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ । କର୍ଣ୍ଣାଟକରେ ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେଇଥିବା ବେଳେ ଏହାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ରାତ୍ରୀକାଳିନ କର୍ଫ୍ୟୁ ବଳବତର କରିବା ଲାଗି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର । ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେବା ପରେ ବିଭିନ୍ନ ଦେଶ ସମେତ ଭାରତରୁ ମଧ୍ୟ ବ୍ରିଟେନକୁ ଓ ବ୍ରିଟେନରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାରି ଭିତରେ ମହାରାଷ୍ଟ୍ରରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଭାବେ ରାତ୍ରୀ କର୍ଫ୍ୟୁ ଲଗାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe