କନକ ବ୍ୟୁରୋ : ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ । କର୍ଣ୍ଣାଟକରେ ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେଇଥିବା ବେଳେ ଏହାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ରାତ୍ରୀକାଳିନ କର୍ଫ୍ୟୁ ବଳବତର କରିବା ଲାଗି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର । ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।
ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେବା ପରେ ବିଭିନ୍ନ ଦେଶ ସମେତ ଭାରତରୁ ମଧ୍ୟ ବ୍ରିଟେନକୁ ଓ ବ୍ରିଟେନରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାରି ଭିତରେ ମହାରାଷ୍ଟ୍ରରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଭାବେ ରାତ୍ରୀ କର୍ଫ୍ୟୁ ଲଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/3-27.jpg)