୬ ଦିନ ତଳେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ଏକ୍ସପ୍ରେସ ୱେ। କିଛି ଘଣ୍ଟାର ବର୍ଷା ପରେ ଜମି ରହିଛି ପାଣି।

105

କନକ ବ୍ୟୁରୋ: ବେଙ୍ଗାଲୁରୁ-ମହୀଶୁର ଏକ୍ସପ୍ରେସ ୱେ ଉପରେ ପାଣି ଲହଡି ମାରୁଛି । ପାଣି ଜମିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନ ତଳେ ଏହି ଏକ୍ସପ୍ରେସ ୱେର ଶୁଭାରମ୍ଭ କରିଥିଲେ । ଶୁକ୍ରବାର ରାତିରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ରାମନଗର ଅଞ୍ଚଳରେ ଏହିଭଳି ସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଏହାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାଣି ଜମିରହିବା କାରଣରୁ ବସ, ଟ୍ରକ ଯିବା ଆସିବା ସହ ଲୋକେ ମଧ୍ୟ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୧୨ରେ ୧୧୮ କିଲୋମିଟର ଲମ୍ବା ବେଙ୍ଗାଲୁରୁ-ମହୀଶୁର ଏକ୍ସପ୍ରେସ ୱେର ଶୁଭାରମ୍ଭ କରିଥିଲେ । ଏହାର ନିର୍ମାଣରେ ୮,୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରବଳ ବର୍ଷ ପରେ ରାମନଗର ନିକଟରେ ଏଭଳି ସ୍ଥିତି ଦେଖାଦେଇଛି । ଅଣ୍ଡରପାସ ତଳେ ଏହି ସମସ୍ୟା ଲୋକଙ୍କ ଚିନ୍ତାକୁ ବଢାଇଦେଇଛିା