“ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏଠାରେ ମୁସଲିମ୍ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ” କହିଲେ ଛେଚା ଖାଇଲେ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

330

କର୍ଣ୍ଣାଟକ ମାଙ୍ଗାଲୋର୍ ର ଏକ ମଲରେ ଜଣେ ଯୁବକଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହାପରେ ପୋଲିସ୍ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଯେଉଁଥିରେ ଜଣେ ନାବାଳିକ ମଧ୍ୟ ସାମିଲ୍ ରହିଛି । ତେବେ ମଲରେ ଉପସ୍ଥିତ ଥିବା ଛାତ୍ରମାନେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା କଥା କୁହାଯାଉଛି । ମାଡ଼ ଖାଇବାର କାରଣ ହେଉଛି ଯୁବକ ଜଣକ ଭାରତକୁ ହିନ୍ଦୁ ରାଷ୍ଟ୍ର କହିବା ସହ ମୁସଲମାନଙ୍କୁ ଏଠାରେ ନ ରହିବା କଥା କହିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଗଣମାଧ୍ୟମ ରିପୋର୍ଟ ମୁତାବକ , ମାଙ୍ଗାଲୋର୍ ର ଏକ ମଲରେ ଦୁଇ ସମୁଦାୟର ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବକ ମଞ୍ଜୁନାଥର କହିବାନୁସାରେ , ବୁଧବାର ସେ ମଲରେ ବୁଲୁଥିବା ସମୟରେ କିଛି ଯୁବକ ତାକୁ ମାଡ଼ ମାରିଥିଲେ । କୁହାଯାଉଛି କି , ମାରପିଟ୍ କରିଥିବା ଯୁବକମାନେ ମଞ୍ଜୁନାଥଙ୍କ ଦ୍ୱାରା କୁହାଯାଇଥିବା କଥା , “ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏବଂ ଏଠାରେ ମୁସଲିମ୍ ମାନେ ରହିବା ଆବଶ୍ୟକ ନାହିଁ ”ରେ ତାଙ୍କୁ ନିସ୍ତୁକ ଛେଚିଥିଲେ । ତେବେ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ୍ ଏ ଉପରେ କେସ୍ କରି ଜାଞ୍ଚ୍ କରିବା ଆରମ୍ଭ କରିଛି ।

ଆପଣଙ୍କୁ କହିରଖୁଛୁ ଦକ୍ଷିଣ କନ୍ନଡ଼ ଜିଲ୍ଳାର ମୁଖ୍ୟାଳୟ ମାଙ୍ଗାଲୋର୍ ସାଂପ୍ରଦାୟିକ ରୁପରେ ଖୁବ୍ ସମ୍ବେଦଳଶୀଳ ସ୍ଥାନ । ଏଠାରେ ସାମ୍ପ୍ରଦାୟିକ ଦଙ୍ଗା , ମାରପିଟ୍ ହେବା ସାଧାରଣ କଥା । ୨୦୧୮ ରେ ବିଧାନସଭା ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଅନେକ ରାଜନୈତିକ ହତ୍ୟା ହୋଇଛି । ଏହି ମାମଲାରେ ମାଙ୍ଗାଲୋର୍ ପୋଲିସ୍ ୨ ଜଣ ଯୁବକଙ୍କୁ ଗିରଫ କରିଛି ।