କର୍ଣ୍ଣାଟକରେ ହିଜାବ ପିନ୍ଧିଲେ ପରୀକ୍ଷା ଦେଇପାରିବେ ନାହିଁ ଛାତ୍ରୀ। ଶିକ୍ଷାମନ୍ତ୍ରୀ କହିଲେ, ବଢୁଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଦେବାର ଆଗ୍ରହ।

99

କନକ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ବିସି ନାଗେସ କହିଛନ୍ତି, ହିଜାବ ପିନ୍ଧୁଥିବା ଛାତ୍ରୀ ମାର୍ଚ୍ଚ୯ରେ ହେଉଥିବା ପିୟୁସିର ପରୀକ୍ଷାରେ ବସିପାରିବେ ନାହିଁ । ତାଙ୍କୁ ପରୀକ୍ଷାରେ ବସିବା ନେଇ ଅନୁମତି ଦିଆଯିବ ନାହିଁ । ନାଗେଶ କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରୀମାନଙ୍କୁ ୟୁନିଫର୍ମ ପିନ୍ଧିବାକୁ ହେବ । ଏହି ନିୟମର ପାଳନ କରିବା ଜରୁରୀ । ଶିକ୍ଷଣ ସଂସ୍ଥାନ ଏବଂ ସରକାର ନିର୍ଦ୍ଧାରିତ ନିୟମ ଅନୁସାରେ କାମ କରିବେ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ହିଜାବ ପ୍ରତିବନ୍ଧକ ପରେ ପରୀକ୍ଷାରେ ବସୁଥିବା ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ହିଜାବ ଉପରେ ପ୍ରତିବନ୍ଧକ ପରେ ଅଧିକ ସଂଖ୍ୟାରେ ମୁସଲିମ ଭଉଣୀ ସାମିଲ ହେଉଛନ୍ତି । ଏହି ନିଷ୍ପତ୍ତି ପରେ ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ।