କେରଳ ଓ କର୍ଣ୍ଣାଟକର କିଛି ଅଂଚଳରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ସେନା ରିଲିଫ ଓ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛି । ପ୍ରତି ରାଜ୍ୟରେ ସହାୟତାର ସୁଅ ଛୁଟିଛି । କେନ୍ଦ୍ର ସରକାର ୫୦୦ କୋଟି ଟଙ୍କାର ପ୍ରାରମ୍ଭିକ ସହାୟତା ଘୋଷଣା କରିଛନ୍ତି । କିନ୍ତୁ ବିପଦରେ ପଡିଥିବା ଲୋକମାନଙ୍କ ପ୍ରତି କେତେକ ନେତାଙ୍କ ଆଶ୍ଚର୍ୟ୍ୟଜନକ ବ୍ୟବହାର ସାମନାକୁ ଆସିଛି । ଏପରି ଜଣେ ନେତା ହେଉଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଭାଇ ତଥା କର୍ଣ୍ଣାଟକର ପୂର୍ତ୍ତ ବିଭାଗ ମନ୍ତ୍ରୀ ଏଚଡି ରାବଣା । ନାଁ ରାବଣା, ତାଙ୍କ ବ୍ୟବହାର ମଧ୍ୟ ରାବଣ ପରି ହୋଇଛି ।
ନିକଟରେ ସେ ବନ୍ୟା ବିପନ୍ନଙ୍କୁ ସହାୟତା ବାଣ୍ଟିବାକୁ ଯାଇଥିଲେ । କିନ୍ତୁ ଲୋକମାନଙ୍କୁ ସେ ଯେପରି ଭାବେ ରିଲିଫ ବାଣ୍ଟିଲେ ତାହାକୁ ସବୁଆଡେ ନିନ୍ଦା କରାଯାଉଛି । ସେ କୁକୁରକୁ ବିସ୍କୁଟ ଫିଙ୍ଗିଲା ପରି ଖାଦ୍ୟ ସାମଗ୍ରୀ ଫିଙ୍ଗୁ ଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହା ପୂର୍ବରୁ ତାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କର ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା । ସେ ବିମାନରେ ବସି ଆକାଶମାର୍ଗରୁ ବନ୍ୟା ବିପନ୍ନଙ୍କୁ ନିରୀକ୍ଷଣ କରିବାକୁ ଯାଇଥିଲେ । କିନ୍ତୁ ସେ ବିମାନର ଝରକା ଆଡକୁ ପଛକରି ସମ୍ବାଦପତ୍ର ପଢିବାରେ ବ୍ୟସ୍ତ ଥିଲେ । ଲୋକମାନଙ୍କ ପାଇଁ ଏମାନେ କିପରି କାମ କରୁଥିବେ ତାହା ଏଥିରୁ ପ୍ରମାଣିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/revanna-02_082118092558.jpg)
/kanak/media/post_attachments/wp-content/uploads/2018/08/revanna-03_082118092558-300x222.jpg)