କନକ ବ୍ୟୁରୋ: ଦୀପାବଳିକୁ ନେଇ ସାରା ଦେଶବାସୀ ଉତ୍ସାହିତ । ପରସ୍ପରକୁ ଆଜିର ଦିନରେ ଉପହାର ଦେଇ ସମସ୍ତେ ଖୁସି ବାଣ୍ଟିଚାଲିଛନ୍ତି । ସାଧାରଣ ଭାବେ ଆମେ ମିଠା କିମ୍ବା କପଡା ଉପହାର ଦେଇଥାଉ କିନ୍ତୁ କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ନିଜର ବିଧାନସଭା କ୍ଷେତ୍ରର ନଗର ନିଗମ ସଦସ୍ୟଙ୍କୁ ଏଭଳି ମହଙ୍ଗା ଉପହାର ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି । କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂହ ନଗର ନିଗମର ସଦସ୍ୟଙ୍କୁ ସୁନା, ରୂପା, ଟଙ୍କା ଉପହାର ଭାବେ ଦେଇଛନ୍ତି । ଏହି ଉପହାରକୁ ନେଇ ବର୍ତ୍ତମାନ ସେ ବିବାଦରେ ଘେରିହୋଇଛନ୍ତି ।
ମନ୍ତ୍ରୀ ଆନନ୍ଦ ସିଂହଙ୍କ ପକ୍ଷରୁ ଉପହାରର ଦୁଇଟି ଡବା ପ୍ରସ୍ତୁତ ହୋଇଥିଲା । ଗୋଟିଏ ଡବା ନଗର ନିଗମ ସଦସ୍ୟଙ୍କୁ ଏବଂ ଅନ୍ୟ ଡବା ପଞ୍ଚାୟତ ସଦସ୍ୟଙ୍କୁ ଦିଆଯାଇଛି । ନଗର ନିଗମ ସଦସ୍ୟଙ୍କ ଡବାରେ ଉପହାର ଭାବେ ଏକ ଲକ୍ଷ ଟଙ୍କା, ୧୪୪ ଗ୍ରାମ ସୁନା, ୧ କିଲୋଗ୍ରାମ ଓଜନର ରୂପା, ଶାଢୀ, ଧୋତି ଏବଂ ଡ୍ରାଏ ଫ୍ରୁଟ ରହିଛି । ସେହିଭଳି ଦ୍ୱିତୀୟ ଡବା ଯାହା ଗ୍ରାମପଞ୍ଚାୟତ ସଦସ୍ୟଙ୍କ ପାଇଁ ଯେଉଁଥିରେ ସୁନା ନାହିଁ କିନ୍ତୁ କମ ପରିମାଣର ଟଙ୍କା ଏବଂ ଅନ୍ୟ ସମସ୍ତ ସାମଗ୍ରୀ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Capture-42.jpg)