ମା’ର ମୃତ୍ୟୁପରେ ଗର୍ଭରେ ଜୀବିତ ଥିଲା ଶିଶୁ, ଏମିତି ଉପାୟରେ ଡାକ୍ତର କରାଇଲେ ପ୍ରସବ

786

କନକ ବ୍ୟୁରୋ : କର୍ଣ୍ଣାଟକର ଗାଡବା ଜିଲ୍ଲାରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ଏଭଳି ଏକ ଚମକ୍ରାର କରିଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜିଲ୍ଲା ହସ୍ପିଟାଲରେ ଡାକ୍ତରମାନେ ଜଣେ ମୃତ ଗର୍ଭବତୀ ମହିଳାଙ୍କ ପେଟରୁ ଜୀବନ୍ତ ଶିଶୁ ଜନ୍ମ କରାଇବାରେ ସଫଳ ହୋଇଛନ୍ତି । ଏହାସହ ଜନ୍ମ ହୋଇଥିବା ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କଥା ବି କୁହାଯାଇଛି ।

ସୂଚନା ମୁତାବକ କର୍ଣ୍ଣାଟକର ଗଡବା ଜିଲ୍ଲାର ମୁଶିଗେରୀ ଗାଁରେ ରହୁଥିବା ଗର୍ଭବତୀ ମହିଳା ଅର୍ଣ୍ଣପୂର୍ଣ୍ଣା ବାତ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ହେଲେ ମହିଳା ଜଣଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁବରଣ କରିଥିଲେ ।

ହେଲେ ପରିବାର ଲୋକେ ମହିଳା ଜଣଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ପହଂଚିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ କି ମୃତ ମା’ର ଗର୍ଭରେ ଥିବା ଶିଶୁଟି ଜୀବନ୍ତ ରହିଛି । ଏହାପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମୃତ ମହିଳାଙ୍କ ପରିଜନଙ୍କ ଠାରୁ ଅନୁମତି ନେଇ ୧୫ ମିନିଟ ମଧ୍ୟରେ ଅପରେଶନ କରାଇଥିଲେ ଓ ଶିଶୁଟିକୁ ଜୀବନ୍ତ ଜନ୍ମ କରାଇ ପାରିଥିଲେ ।

ଏନେଇ ମେଡିକାଲ ଅଧିକାରୀ କହିଛନ୍ତି କି ଏହା ଅତ୍ୟନ୍ତ ଦୁଲ୍ଲର୍ଭ ଉପଲବ୍ଧି । ଡାକ୍ତରୀ ଟିମ୍ ଚତୁରତାର ସହ ଖୁବଶୀଘ୍ର ଅପରେଶନ କରିବା ଦ୍ୱାରା ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିଛି । ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ କିଛିଟା ଆଶ୍ୱସ୍ଥି ମିଳିଛି । ସେ କହିଛନ୍ତି କି ଭଗବାନ ଏଭଳି ପରିସ୍ଥିତି ଅନ୍ୟ କାହା ପାଇଁ ନ ଆଣନ୍ତୁ ।