କନକ ବ୍ୟୁରୋ : ହିଜାବ ପ୍ରସଙ୍ଗରେ ବିରୋଧ ଯୋଗୁଁ ବନ୍ଦ ହୋଇଥିବା ସମସ୍ତ କଲେଜ ଆସନ୍ତାକାଲିଠାରୁ ଖୋଲିବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଉଚ୍ଚ ଶିକ୍ଷାମନ୍ତ୍ରୀ ଫେବ୍ରୁଆରୀ ୧୬ରୁ ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ହାଇକୋର୍ଟଙ୍କ ପ୍ରସ୍ତାବ ଆଧାରରେ ସୋମବାରଠାରୁ ସ୍କୁଲ ଖୋଲିଛି ।

Advertisment

ତେବେ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ଧାର୍ମିକ ବସ୍ତ୍ର ପିନ୍ଧିବାକୁ ଅନୁମତି ନଦେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ । ସେପଟେ ହିଜାବ ବିବାଦ ମାମଲାର ଶୁଣାଣିକୁ ଆଜିଯାଏଁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ । ଅପରାହ୍ନ ସାଢେ ୨ଟା ବେଳେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି  ରିତୁରାଜ ଆୱାସ୍ଥି ଏବଂ ଜଷ୍ଟିସ୍ କ୍ରିିଷ୍ଣା ଏସ୍ ଦିକ୍ଷୀତ ଏବଂ ଜଷ୍ଟିସ୍  ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ହିଜାବ ମାମଲାର ଶୁଣାଣି କରିବେ ।