କନକ ବ୍ୟୁରୋ : ହିଜାବ ବିବାଦକୁ ନେଇ ଇସଲାମିକ ଦେଶ ଗୁଡିକର ସଂଗଠନ ଓଆଇସି ଦେଇଛି ଭାରତ ବିରୋଧୀ ବୟାନ । ଏବେ ଏହାର ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓଆଇସିକୁ ଜବାବ ଦେଇ କହିଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲା ।
ଭାରତର ସମ୍ବିଧାନ ପ୍ରକିୟା ଅନୁସାରେ ହିଜାବ ବିବାଦର ସମାଧାନ ହେବ । କିଛି ଦିନ ପୂର୍ବରୁ ଓଆଇସି କହିଥିଲା କି ଇସଲାମିକ ସଂଗଠନ ହିଜାବ, ଧର୍ମ ସାଂସଦ ଓ ମୁସଲିମ ମହିଳାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ଏହା ବିରୁଦ୍ଧରେ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ମୁସଲିମ ସଂଗଠନଙ୍କୁ ଏକତ୍ରିତ ହେବାକୁ କହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/26-18.jpg)