କନକ ବ୍ୟୁରୋ : ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ସମ୍ପର୍କୀତ ତଥ୍ୟ ନେବାର ସ୍ୱାମୀଙ୍କର କୌଣସି ଅଧିକାର ନାହିଁ । ପତି ପତ୍ନୀଙ୍କ ଝଗଡା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରକୁ ଅସମ୍ମାନ କରାଯାଇପାରିବ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ୱପୂଣ୍ଣ ରାୟ ଶୁଣାଇଛନ୍ତିି । ତଳ କୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାଖଲ କରିଥିବା ପ୍ରେମିକ ସପକ୍ଷରେ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ପତ୍ନୀର ତା ପ୍ରେମିକ ସହ ଥିବା ଅବୈଦ୍ଧ, ବେଆଇନ ସମ୍ପର୍କ ପ୍ରମାଣ କରିବା ପାଇଁ ତୃତୀୟ ପକ୍ଷଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷତି ପହଂଚାଯାଇପାରିବ ନାହିଁ କହିଛନ୍ତି ଜଷ୍ଟିସ୍ ଏମ ନାଗାପ୍ରସନ୍ନ
କ’ଣ ଥିଲା ପୁରା ମାମଲା
- ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ତଥ୍ୟ ନେବାର ସ୍ୱାମୀର କୌଣସି ଅଧିକାର ନାହିଁ
- ପତି ପତ୍ନୀଙ୍କ ଝଗଡା ପାଇଁ ଅନ୍ୟ କାହାର ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ
- ପତ୍ନୀର ତାଙ୍କ ପ୍ରେମିକଙ୍କ ସହ ଥିବା ଅବୈଧ ସମ୍ପର୍କ ପ୍ରମାଣ କରିବାକୁ କୋର୍ଟରେ ଦାବି କରିଥିଲେ ସ୍ୱାମୀ
- ପ୍ରେମିକର ମୋବାଇଲ ଟାୱାର ଲୋକେସନ ପ୍ରଦାନ କରିବାକୁ ଦାବି କରି୍ଥିଲେ ସ୍ୱାମୀ
- ୨୦୧୯ରେ ପ୍ରେମିକକୁ ତଥ୍ୟ ଦେବାକୁ ଅର୍ଡର ଦେଇଥିଲେ ଫେମିଲି କୋର୍ଟର ୫ ଜଣିଆ ବେଂଚ୍
- ଫ୍ୟାମିଲି କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ପିଟିସନ ଦାଖଲ କରିଥିଲେ ପ୍ରେମିକ
- ବୈବାହିକ ବିବାଦ ମାମଲାରେ ସ୍ତ୍ରୀଙ୍କ ବେଆଇନ୍ ସମ୍ପର୍କକୁ ପ୍ରମାଣ କରିବାକୁ ଏଭଳି ଦାବି କରିଥିଲେ ସ୍ୱାମୀ
- ତୃତୀୟ ପକ୍ଷଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷତି ପହଂଚାଯାଇପାରିବ ନାହିଁ: ଜଷ୍ଟିସ୍ ଏମ ନାଗାପ୍ରସନ
- ଧାରା ୨୧ ଅନୁଯାୟୀ ସମସ୍ତଙ୍କୁ ସ୍ୱତନ୍ତ୍ରତା ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାର ପ୍ରଦାନ କରାଯାଇଛି:କୋର୍ଟ
- ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବାର ଅଧିକାର ଜଣେ ନାଗରିକାଙ୍କର ରହିଛି:କୋର୍ଟ
- ବ୍ୟକ୍ତିଙ୍କ ସୂଚନା ସମ୍ପର୍କୀତ ତଥ୍ୟ ମଧ୍ୟ ବ୍ୟକ୍ତିଗତ ଅଧିକାର ମଧ୍ୟରେ ଆସୁଛି:କୋର୍ଟ
Follow Us