ଏୟାର ଇଣ୍ଡିଆକୁ ମହଙ୍ଗା ପଡ଼ିଲା ଅବହେଳା । ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଯୋଗାଇପାରିଲେନି ହ୍ୱିଲ ଚେୟାର, ୨୦ ଲକ୍ଷ ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

Advertisment
ଏୟାର ଇଣ୍ଡିଆକୁ ମହଙ୍ଗା ପଡ଼ିଲା ଅବହେଳା । ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଯୋଗାଇପାରିଲେନି ହ୍ୱିଲ ଚେୟାର, ୨୦ ଲକ୍ଷ ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ପୁଣି ବିବଦରେ ଏୟାର ଇଣ୍ଡିଆ । ଦୁଇଜଣ ମହିଳା ଦିବ୍ୟାଙ୍ଗ ବିମାନ ଯାତ୍ରୀଙ୍କୁ ଠିକ୍ ସମୟରେ ହ୍ବିଲ୍ ଚେୟାର ଯୋଗାଇ ନ ପାରିବା ଘଟଣା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି । ଟିକେଟ ବୁକ୍ କରିବା ସମୟରେ ବିମାନ ବନ୍ଦରରେ ହ୍ବିଲ୍ ଚେୟାର ଯୋଗାଇ ଦେବା ପାଇଁ ଦେୟ ଭରିଥିଲେ ମଧ୍ୟ ଏହି ଦୁଇ ଦିବ୍ୟାଙ୍ଗ ମହିଳା ଯାତ୍ରୀଙ୍କୁ ହ୍ବିଲ୍ ଚେୟାର ଯୋଗାଇ ପାରିଲେନି ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ । ଏପରିକି ସେମାନଙ୍କୁ ଅଯଥା ମାନସିକ ଯନ୍ତ୍ରଣା ଦେଇଥିବାରୁ ଏବେ ସେମାନଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-imageସୂଚନା ମୁତାବକ, ଦିବ୍ୟାଙ୍ଗ ମହିଳା ଏସ୍ ଜେ ରାଜଲକ୍ଷ୍ମୀ ଓ ତାଙ୍କର ୬୩ ବର୍ଷ ବୟସ୍କା ଦିବ୍ୟାଙ୍ଗ ମାତା ଏସ୍ ଶୋଭା ଲଣ୍ଡନ ଗସ୍ତ ପାଇଁ ଏୟାର ଇଣ୍ଡିଆରେ ଟିକେଟ ବୁକ୍ କରିଥିଲେ । ଟିକେଟ ବୁକିଂ କରିବା ସମୟରେ ହିଥ୍ରୋ ବିମାନ ବିମାନ ବନ୍ଦରରେ ସେମାନଙ୍କୁ ଦୁଇଟି ହ୍ବିଲ୍ ଚେୟାର ଯୋଗାଇ ଦେବା ପାଇଁ ସେମାନେ ଏୟାର ଇଣ୍ଡିଆକୁ ଅନୁରୋଧ କରିବା ସହ ଏବାବଦ ଦେୟ ମଧ୍ୟ ପୈଠ କରିଥିଲେ ହେଲେ, ଏହି ଦୁଇ ଦିବ୍ୟାଙ୍ଗ ମହିଳା ଏୟାର ଇଣ୍ଡିଆ ବିମାନରେ ଯାଇ ହିଥ୍ରୋ ବିମାନ ବନ୍ଦରରେ ଓହ୍ଲାଇଲେ ସେତେବେଳେ ସେଠାରେ ସେମାନଙ୍କୁ ହ୍ବିଲ୍ ଚେୟାର ଯୋଗାଇ ଦେବାରେ ବିଫଳ ହୋଇଥିଲେ ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ । ଯାହାଫଳରେ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ବହୁ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ କରିବାକୁ ପଡ଼ିଥିଲା ।

ଅନ୍ୟପଟେ ଭାରତ ଫେରିବା ପରେ ଏମାନେ କର୍ଣ୍ଣାଟକ ହାଇକୋର୍ଟରେ ଏୟାର ଇଣ୍ଡିଆର ଏଭଳି ଅବହେଳା ବିରୋଧରେ ଏକ ମାମଲା ଆଗତ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି ବୀରପ୍ପା ଆଜି ଏହି ମାମଲାର ଶୁଣାଣି କରି ସଂପୃକ୍ତ ଦୁଇଜଣ ମହିଳା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe