କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଉଜୁଡିଯାଇଛି ଅଧା ଓଡିଶା । ପୁଣି ଥରେ ଅଣ୍ଟା ସଳଖିବା ପାଇଁ ଓଡିଶା ଜୋରଦାର ପ୍ରୟାସ କରୁଥିବା ବେଳେ ବିଭିନ୍ନ ରାଜ୍ୟ ବଢାଉଛନ୍ତି ସହାୟତାର ହାତ । ଆଜି ବାତ୍ୟା ଫୋନି ପୀଡିତଙ୍କୁ ସାହାଯ୍ୟ ପାଇଁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ । ପୂର୍ବରୁ ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେ. ତାମିଲନାଡୁ ଓଡିଶାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।
ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ସବୁକିଛି ଛାରଖାର କରି ଚାଲିଯିବା ପରେ ଭୁଷୁଡି ପଡିଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟ ମଧ୍ୟ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/kumaraswamyy-kxGB-621x414@LiveMint_1550490368910.jpg)