ଆସ୍ଥାଭୋଟ ପୂର୍ବରୁ କର୍ଣ୍ଣାଟକରୁ ଆସିଲା ବଡ ଖବର: ଶିବକୁମାର କହିଲେ, ତ୍ୟାଗ ପାଇଁ ପ୍ରସ୍ତୁତ ଜେଡିଏସ୍; କଂଗ୍ରେସରୁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

367

କନକ ବ୍ୟୁରୋ: ଆସ୍ଥାଭୋଟ ପୂର୍ବରୁ କର୍ଣ୍ଣାଟକରୁ ଆସୁଛି ବଡ ଖବର । କର୍ଣ୍ଣାଟକ କଂଗ୍ରେସରେ ସଙ୍କଟମୋଚକ ସାଜିଥିବା ଡି.କେ ଶିବକୁମାର ସରକାର ନେଇ ଆଜି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାର ବଞ୍ଚାଇବା ପାଇଁ ଜେଡିଏସ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । କଂଗ୍ରେସରୁ ଜଣେ ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ଏଥିପାଇଁ ଜେଡିଏସ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି । ଶିବକୁମାର ଆହୁରି କହିଛନ୍ତି , ଏ ନେଇ ଦଳୀୟ ହାଇକମାଣ୍ଡଙ୍କୁ ବି ଜଣାଇଦିଆଯାଇଛି । ତେବେ ଏହି ବୟାନ କର୍ଣ୍ଣାଟକ ରାଜନୀତିରେ କି ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ ହେବାର ଅଛି ।

ସେପଟେ, କର୍ଣ୍ଣାଟକ ନାଟକରେ ଆଜି ପଡ଼ିପାରେ ଯବନିକା । ଦୁଇ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହେବ ବିଧାନସଭା । ଆସ୍ଥା ଉପରେ ଚାଲିଥିବା ଆଲୋଚନାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ହେବ ଆସ୍ଥା ଭୋଟ୍ । ଆଉ ଏହି ଭୋଟ୍ ହିଁ ନିର୍ଣ୍ଣୟ କରିବ କର୍ଣ୍ଣାଟକ ରାଜନୀତିର ଭାଗ୍ୟ । କଂଗ୍ରେସ-ଜେଡିଏସ୍ ମେଂଟ ସରକାର ରହିବ ନା’ ବିଜେପି କ୍ଷମତା ଲଢ଼େଇରେ ବାଜି ମାରିବ, ହୁଏତ ଆଜି ସ୍ପଷ୍ଟ ହୋଇଯିବ । ଆଉ ଏହାରି ଭିତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜେଡିଏସ୍ ଏବଂ କଂଗ୍ରେସ ବିଧାୟକଙ୍କୁ ନେଇ ବୈଠକ କହିଛନ୍ତି । ସେହିପରି ବିଦ୍ରେହୀ ବିଧାୟକଙ୍କୁ ଏହି ଆସ୍ଥା ଭୋଟ୍ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି ।