କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା । ସହାୟତା ମାଗିବାକୁ ଯାଇଥିବା ନାବାଳିକା ସହ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ
କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ମାମଲା ଫେବୃଆରୀ ୨ ତାରିଖରେ ବେଙ୍ଗାଲୁରୁରେ ଘଟିଥିବା କଥା ଅଭିଯୋଗପତ୍ରରେ ଲେଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଣେ ୧୭ ବର୍ଷିୟା ନାବାଳିକାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁର ସଦାଶିବନଗର ପୋଲିସ ଷ୍ଟେସନରେ ବିଏସ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଓ ଧାରା ୩୫୪(କ) ଆଧାରରେ ମାମଲା ରୁଜୁ ହୋଇଥିଲଶ । ହେଲେ କର୍ଣ୍ଣାଟକ ଡିଜିପି ମାମଲାକୁ ସିଆଇଡି ହାତକୁ ଦେଇଛନ୍ତି ।
ଅଭିଯୋଗ ମୁତାବକ ନାବାଳିକା ଜଣଙ୍କ ଫେବୃଆରୀ ୨ ତାରିଖରେ ତାଙ୍କ ସହିତ ହୋଇଥିବା ଉତ୍ପୀଡନ ମାମଲାରେ ୟେଦିୟୁରପ୍ପାଙ୍କ ନିକଟକୁ ସହାୟତା ମାଗିବାକୁ ବେଙ୍ଗାଲୁରୁ ସ୍ଥିତ ଘରକୁ ଯାଇଥିଲେ । ଏହି ସମୟରେ ୟେଦିୟୁରପ୍ପା ତାଙ୍କୁ ଏକ ଘରକୁ ଟାଣିନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ । ଏନେଇ ନାବାଳିକା ଜଣଙ୍କ ପ୍ରଥମେ ତାଙ୍କ ମା’ଙ୍କୁ ଜଣାଇଥିଲେ ।
ପୀଡିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ ହୋଇଛି । ହେଲେ ଏହି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଖଣ୍ଡନ କରିଛନ୍ତି । ଏହାସହ ତାଙ୍କ କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଜାରି କରାଯାଇ କୁହାଯାଇଛି କି, ଯେଉଁ ମହିଳା ଥାନାରେ ଅଭିଯୋଗ କରିଛନ୍ତି ସେ ଏହା ପୂର୍ବରୁ ଏଭଳି ଭାବେ ୫୩ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛନ୍ତି ।
ସେପଟେ ପୀଡତାଙ୍କ ମା’ କହିଛନ୍ତି କି, ଏନେଇ ୟେଦିୟୁରପ୍ପାଙ୍କୁ ପଚାରିବାରୁ ସେ କହିଥିଲେ କି ସେ ଦେଖୁଥିଲେ ନାବାଳିକା ସହ ଦୁଷ୍କର୍ମ ହୋଇଛି କି, ନାହିଁ । ଏହାପରେ ୟେଦିୟୁରପ୍ପା କ୍ଷମା ମାଗିବା ସହ କାହା ଆଗରେ ଏସବୁ କିଛି ନ କହିବାକୁ ପୀଡିତାଙ୍କ ମା’ଙ୍କୁ କହିଥିବା ପୀଡିତାଙ୍କ ମା କହିଛନ୍ତି ।