କନକ ବ୍ୟୁରୋ: ଦେଶରେ ହିଜାବକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ବିଭିନ୍ନ ପ୍ରାନ୍ତରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି , ବୟାନବାଜି ଚାଲିଥିବା ଚାଲିଥିବାବେଳେ କର୍ଣ୍ଣାଟକରେ ଏହାକୁ ନେଇ ଏପରି ଏକ ଘଟଣା ଘଟଣା ଘଟିଛି ଯାହା ଏବେ ଦେଶରେ ଆଲୋଚନାର ବିଷୟ । ହିଜାବ ପାଇଁ ଚାକିରୀରୁ ଇସ୍ତଫା ଦେଇଛନ୍ତି ଜଣେ ଅଧ୍ୟାପିକା ।

Advertisment

ହିଜାବକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଯାଉଥିବା ବେଳେ କର୍ଣ୍ଣାଟକର ଜୈନ୍ ପିୟୁ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି କଲେଜର ଜଣେ ଇଂରାଜୀ ଅଧ୍ୟାପିକା ହିଜାବ ପାଇଁ ଚାକିରି ଛାଡିଦେଇଛନ୍ତି । ଅଧ୍ୟାପିକା ଜଣଙ୍କ ସେହି କଲେଜରେ ଗତ ୩ ବର୍ଷ ଧରି ପଢାଇଆସୁଥିଲେ । ସବୁଦିନ ସେ ନିଜ ପରମ୍ପରା ଅନୁଯାୟୀ ହିଜାବ ପିନ୍ଧି ଆସି ପଢାଉଥିଲେ । ହେଲେ ଦୁଇ ଦିନ ତଳେ ତାଙ୍କୁ କଲେଜ ଅଧ୍ୟକ୍ଷ ହିଜାବ କାଢି ପାଠ ପଢାଇବାକୁ କହିଥିଲେ । ହେଲେ ଏହା ତାଙ୍କ ଆତ୍ମସମ୍ମାନକୁ ଆଘାତ କରିବ ବୋଲି କହିଥିଲେ ଅଧ୍ୟାପିକା । ହେଲେ ଅଧ୍ୟକ୍ଷ ହିଜାବକୁ କଡା ଭାବେ ବାରଣ କରିବାରୁ ବାଧ୍ୟ ହୋଇ ଚାକିରିରୁ ଇସ୍ତଫା ଦେଇଛନ୍ତି ଅଧ୍ୟାପିକା । ଅନ୍ୟପଟେ ଏନେଇ ପଚାରାଯିବାରୁ ସେ ଏପରି କିଛି ବି କହିନାହାଁନ୍ତି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ସୂଚନା ମୁତାବକ, ହିଜାବକୁ ନେଇ ମାହୋଲ ସରଗରମ ରହିଛି । କିଛି ଦିନ ଧରି କର୍ଣ୍ଣାଟକରେ ସ୍କୁଲ କଲେଜ ବନ୍ଦ ରହିବା ପରେ ଖୋଲିଛି । ହେଲେ କର୍ଣ୍ଣାଟକ କୋର୍ଟରେ ମାମଲା ବିଚାରାଧିନ ରହିଛି । ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନେହେବା ଯାଏଁ କୌଣସି ଶିକ୍ଷାନୁଷ୍ଠାନରେ ଧାର୍ମିକ ପରିଧାନକୁ ବାରଣ କରିଛନ୍ତି କୋର୍ଟ । ହେଲେ କିଛି ସ୍ଥାନରେ ଏହାକୁ ମାନିବାକୁ ନାରାଜ ସଂଖ୍ୟାଲଘୁ ଛାତ୍ରୀ, ଫଳରେ ଅସନ୍ତୋଷ ବଢିବାରେ ଲାଗିଛି ।