କର୍ଣ୍ଣାଟକ ବୁଥ ବାହୁଡା ମତ ପରେ ଆସିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଲେ ଏଭଳି କଥା
କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସମାପ୍ତ ହୋଇଛି । ଭୋଟ ଗ୍ରହଣ ପରେ ବିଭିନ୍ନ ସର୍ଭେ ଏଜେନ୍ସି ଦ୍ୱାରା କରାଯାଇଥିବା ବୁଥ ବାହୁଡା ମତ ପ୍ରକାଶ ପାଇଛି । ଏହି ଏକ୍ସିଟ୍ ପୋଲ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ ମାଧ୍ୟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗାରିମାପୂର୍ଣ୍ଣ ଅଭିଯାନ ପାଇଁ ଧନ୍ୟବାଦ ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ପ୍ରଗତିଶୀଳ ଭବିଷ୍ୟତ ପାଇଁ କର୍ଣ୍ଣାଟକବାସୀ ବହୁସଂଖ୍ୟାରେ ମତଦାନ କରିଥିବାରୁ ସେ କର୍ଣ୍ଣାଟକର ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି । କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ଏଥିରେ ଅପରାହ୍ନ ୫ଟା ସୁଦ୍ଧା ୬୫.୬୯ ଭୋଟ ଗ୍ରହଣ ହୋଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ମତଦାନ ପରେ ଆସିଥିବା ଭୋଟ ବାହୁଡା ମତରୁ କଂଗ୍ରେସ ସବୁଠାରୁ ବଡ ପାର୍ଟି ବୋଲି ଆକଳନ କରାଯାଇଛି ।
I want to thank the Babbar Sher workers and leaders of Congress for a well-run, dignified and solid people-oriented campaign.
Thank you to the people of Karnataka for coming out in large numbers to vote for a progressive future.
— Rahul Gandhi (@RahulGandhi) May 10, 2023
ଭୋଟ ବାହୁଡା ମତ ନେଇ ବିଭିନ୍ନ ସର୍ଭେ ସଂସ୍ଥାର ଏକ୍ସିଟ ପୋଲ ଆସିଛି । ଇଣ୍ଡିଆ ଟୁଡେର ସର୍ଭେ ମୁତାବକ କଂଗ୍ରେସକୁ ୧୨୨-୧୪୦ ଆସନ, ବିଜେପିକୁ ୬୨-୮୦ ଓ ଜେଡିଏସକୁ ୨୦-୨୫ ଆସନ ମିଳିବାକୁ ଯାଉଛି । ସେହିଭଳି ଜନ କି ବାତର ସର୍ଭେ ମୁତାବକ କଂଗ୍ରେସ ୯୧-୧୦୬, ବିଜେପି ୯୪-୧୧୭ ଓ ଜେଡିଏସ ୧୪-୨୪ । ଅନ୍ୟପଟେ ସି ଭୋଟର ସର୍ଭେ ମୁତାବକ କଂଗ୍ରେସକୁ ୧୦୦-୧୧୨, ବିଜେପିକୁ ୮୮-୯୮ ଓ ଜେଡିଏସକୁ ୨୧-୨୬ ଆସନ ମିଳିପାରେ ।