କର୍ଣ୍ଣାଟକ ବିଧାନସଭା ପାଇଁ ଚାଲିଛି ଭୋଟ : ୫କୋଟି ମତଦାତା ନିର୍ଣୟ କରୁଛନ୍ତି ଆସନ୍ତା ୫ ବର୍ଷର ସରକାର, ବାଜି ଲାଗିଛି ମୋଦି ଓ ରାହୁଲଙ୍କ ସମ୍ମାନ

25

କନକ ବ୍ୟୁରୋ : ଆଜିି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ମତଦାନ ଚାଲିଥିବା ବେଳେ ୧୧ଟା ସୁଦ୍ଧା ୨୪ ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

୨୨୨ଟି ବିଧାନସଭା ଆସନ ପାଇଁ ୫୬ ହଜାର ୬୯୬ଟି ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଉଛି । ପ୍ରାୟ ୫ କୋଟି ଭୋଟର ଏହି ନିର୍ବାଚନରେ ମତଦାନ କରିବେ ବୋଲି ଆଶା କରାଯାଉଛି । ଏଥର ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ୟେଦ୍ୟୁରପ୍ପା ଦାବି କରିଛନ୍ତି । ୧୫ ତାରିଖରେ ଭୋଟ୍ ଗଣତି ଶେଷ ହେବା ପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମଧ୍ୟ ଦୃଢୋକ୍ତି କରିଛନ୍ତି ୟେଦ୍ୟୁରପ୍ପା ।