କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନର ପ୍ରଭାବ ଜାତୀୟ ରାଜନୀତି ଉପରେ ପଡିବାକୁ ଯାଉଛି । କାରଣ ଏହା ରାହୁଲଙ୍କ ନେତୃତ୍ୱର ମାପକାଠି ଓ ମୋଦିଙ୍କ ଲୋକପ୍ରିୟତାର ପ୍ରମାଣ ହେବ । କର୍ଣ୍ଣାଟକ ଫଳାଫଳକୁ ଦେଖି ୨୦୧୯ ପାଇଁ ରଣନୀତି ପ୍ରସ୍ତୁତ କରିବେ ଦୁଇ ଜାତୀୟ ରାଜନୈତିକ ଦଳ । ତେବେ ଆଂଚଳିକ ସ୍ତରରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା କରାଯାଉଛି ।

Advertisment

ଆସନ୍ତାକାଲି ଆସିବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ, ଯାହା ୨୦୧୯ ସାଧାରଣ ନିର୍ବାଚନକୁ ବେଶ ପ୍ରଭାବିତ କରିବା ଅନୁମାନ କରାଯାଉଛି । ଯେଉଁ ଆଶଙ୍କାରେ ରାଜ୍ୟସ୍ତରୀୟ ପ୍ରସଙ୍ଗକୁ ପଛକୁ କରି ଜାତୀୟସ୍ତରର ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଓ ବିଜେପି । ଏଠାରେ ଲଢେଇ ସିଧାସଳଖ ଚାଲିଥିଲା ରାହୁଲ ଗାନ୍ଧି ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ । ରାହୁଲଙ୍କ ନେତୃତ୍ୱ ବନାମ ମୋଦିଙ୍କ ଲୋକପ୍ରିୟତାର ଲଢେଇ ଦେଖିବାକୁ ମିଳିଥିଲା କର୍ଣ୍ଣାଟକ ନିର୍ବାଚନୀ ମୈଦାନରେ ।

publive-imageକାଲିର ଫଳାଫଳ ବିଜେପି ସପକ୍ଷରେ ଗଲେ
- ୨୨ଟି ରାଜ୍ୟରେ ପଦ୍ମ ଫୁଟାଇବାକୁ ସମର୍ଥ ହେବେ ମୋଦି-ଅମିତ ଶାହ
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା କମିନାହିଁ ବୋଲି ପ୍ରମାଣ ମିଳିବ
- ବିଜେପି ସାଂପ୍ରଦାୟିକ, ଦଳିତ ବିରୋଧୀ ଅଭାଯୋଗ ପ୍ରଭାବହୀନ ହେବ
- ଯାହା ୨୦୧୯ ସାଧାରଣ ନିର୍ବଚନରେ ବିଜେପିକୁ ସୁହାଇବା ସମ୍ଭାବନା

publive-imageକର୍ଣ୍ଣାଟକ ଫଳାଫଳ କଂଗ୍ରେସ ସପକ୍ଷରେ ଗଲେ
- ସିଦ୍ଧରମୈୟା ସରକାର ବିରୋଧୀ ହାୱା ପବନରେ ମିଳାଇଯିବ
- କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ମିଳିବ ସଫଳତା
- ପଞ୍ଜାବ, ମିଜୋରାମ, ପୁଡୁଚେରୀ ଓ କର୍ଣ୍ଣାଟକରେ କ୍ଷମତାରେ ରହିବ
- ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାପାଇଁ ରାହୁଲଙ୍କ ରଣନୀତି ଗ୍ରହଣୀୟ ହେବ
- ୨୦୧୯ ପୂର୍ବରୁ ବିଜେପି ବିରୋଧୀ ଗଠନ ପାଇଁ ବାଟ ସହଜ ହେବ

ଗୋଟିଏ କଥା ସ୍ପଷ୍ଟ କର୍ଣ୍ଣାଟକରେ କଂଗ୍ରେସକୁ ସଫଳତା ମିଳିଲେ ଜାତୀୟ ରାଜନୀତିଠାରୁ ଆରମ୍ଭ କରି ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ୨୦୧୯ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବଚନକୁ ଯାଉଥିବା ଓଡିଶା କଂଗ୍ରେସ ହାଇକମାଣ୍ଡଙ୍କ ଫୋକସରେ ରହିବ, ଆଉ ଏକ ବିଜୟ ପ୍ରଦେଶ କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିଦେବ । ବିଜେପି କିନ୍ତୁ କର୍ଣ୍ଣାଟକ ଫଳାଫଳର ଓଡିଶା ଉପରେ କୌଣସି ପ୍ରଭାବ ଦେଖିପାରୁ ନାହିଁ । ସେପଟେ ବିଜେଡି ମଧ୍ୟ କର୍ଣ୍ଣଟକ ଫଳାଫଳ ଉପରେ ରଖିଛି ସତର୍କ ନଜର । କର୍ଣ୍ଣାଟକରେ କଂଗ୍ରେସ ସଫଳତା ଉପରେ ଦଳ ଯେତିକି ଚିନ୍ତିତ ନୁହେଁ ବିଜେପିର ସଫଳତା ଉଭୟ ଜାତୀୟ ଓ ଆଂଚଳକି ସ୍ତରରେ ଅନେକ କିଛି ପ୍ରଭାବ ପକାଇବା ଅନୁମାନ କରାଯାଉଛି ।