କର୍ଣ୍ଣାଟକରେ ହୋଇପାରେ ଝୁଲା ବିଧାନସଭା : କୈାଣସି ଦଳକୁ ବହୁମତ ନମିଳିବା ସମ୍ଭାବନା, ଜେଡିଏସ ହୋଇପାରେ କିଙ୍ଗମେକର

Advertisment
କର୍ଣ୍ଣାଟକରେ ହୋଇପାରେ ଝୁଲା ବିଧାନସଭା : କୈାଣସି ଦଳକୁ ବହୁମତ ନମିଳିବା ସମ୍ଭାବନା, ଜେଡିଏସ ହୋଇପାରେ କିଙ୍ଗମେକର

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି।। ସକାଳ ୮ଟାରୁ ରାଜ୍ୟର ୩୮ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଗଣନାରୁ କର୍ଣ୍ଣାଟକରେ ଝୁଲା ବିଧାନସଭା ନେଇ ସଙ୍କେତ ମିଳିଛି। ପ୍ରାଥମିକ ଗଣନା ଅନୁଯାୟୀ, ୨୨୨ଟି ବିଧାନସଭା ଆସନ ମଧ୍ୟରୁ ମୋଟ୍୧୮୭ ଆସନର ଭୋଟ ଗଣିତି ସୂଚନା ମିଳିଛି। ସେଥିମଧ୍ୟରୁ ବିଜେପି ୮୮ , କଂଗ୍ରେସ ୭୨ ଓ ଜେଡିଏସ ୨୬ ଓ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧାରମେୟା ଉଭୟ ଆସନରେ ଭୋଟ ଗଣତିରେ ପଛେଇଛନ୍ତି।

ରାଜ୍ୟରେ ମୋଟ ୨୨୨ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଦାନ ହୋଇଥିବା ବେଳେ ଇଭିଏମରେ ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ବନ୍ଦ ହୋଇ ରହିଛି। ତେବେ ନିର୍ବାଚନ ପରବର୍ତ୍ତୀ ଏକଜିଟ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ହେବା ବୋଲି ଅନୁମାନ କରାଯାଇଛି। କ୍ଷମତାସୀନ କଂଗ୍ରେସ ଦଳକୁ ଟକ୍କର ଦେଇ ବିଜେପି ଏଠାରେ ପ୍ରାଥମିକ ଭୋଟ ଗଣତି ଅନୁଯାୟୀ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେବାର ସମ୍ଭାବନା ସୃଷ୍ଟି କରିଛି। ଜେଡିଏସ ମଧ୍ୟ ଏକ ସମ୍ମାନଜନକ ଆସନରେ ଜିଣି କିଙ୍ଗ ମେକର ସାଜିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe