କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । କେଉଁ ଦଳ ମୁଣ୍ଡରେ ହାତୀ ଢ଼ାଳିବ ସୁନାକଳସ । ଏଭଳି ଅନେକ ଅସମାହିତ ପ୍ରଶ୍ନ ଗତକାଲିଠାରୁ ଲାଗି ରହିଛି । ଉଭୟ ବିଜେପି ଓ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । କିନ୍ତୁ ଏସବୁ ଭିତରେ ଏକ ସାଂଘାତିକ କଥା ସାମ୍ନାକୁ ଆସିଛି । ଯାହା କର୍ଣ୍ଣାଟକ ରାଜନୀତିକୁ ନୂଆ ମୋଡ଼ ଦେଇଛି ।
ସରକାର ଗଠନ ପାଇଁ ଚାଲିଥିବା ଅଙ୍କକଷା ମଧ୍ୟ ବିଜେପିକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ଜେଡିଏସ୍ ବିଧାୟକ ଦଳ ନେତା କୁମାରସ୍ୱାମୀ । ଜେଡିଏସ ବିଧାୟକଙ୍କୁ କିଣିବା ପାଇଁ ବିଜେପି ୧୦୦କୋଟି ଟଙ୍କା ଓ କ୍ୟାବିନେଟ ପାହ୍ୟା ଯାଚିଛି ବୋଲି କୁମାରସ୍ୱାମୀ କହିଛନ୍ତି । ଏହାସହ ବିଜେପି ବିଧାୟକ ମଧ୍ୟ ଅଛନ୍ତି ଯେଉଁମାନେ ଦଳ ଛାଡି ଜେଡିଏସକୁ ଆସିବା ପାଇଁ ଆଗ୍ରହୀ । ଏବଂ ଯଦି ବିଜେପି, ଜେଡିଏସର ଜଣେ ବିଧାୟକଙ୍କୁ ନିଜ ଆଡକୁ ନିଏ ତେବେ ଜେଡିଏସ ଦୁଇ ଜଣ ବିଧାୟକଙ୍କୁ ଟାଣିବ ବୋଲି କୁମାରସ୍ୱାମୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/100-CORRER-NEW.jpg)