କର୍ଣ୍ଣାଟକ ନିର୍ବାଚନ ନେଇ ରାଜନୀତି ସରଗରମ । ପ୍ରଚାର ସଭାରେ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି । କହିଲେ, ଗରିବଙ୍କ ମାଳା ଜପି ଶାସନ ଗାଦି ହାତେଇଛି କଂଗ୍ରେସ

38

କନକ ବ୍ୟୁରୋ: କର୍ଣ୍ଣାଟକରେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସରଗରମ ପ୍ରଚାର ଚାଲିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁମକୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଚାର ସଭାରେ କଂଗ୍ରେସ ଓ ସିଦ୍ଧରମୈୟା ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।

ଗରିବଙ୍କ ମାଳା ଜପି ଶାସନ ଗାଦି ହାତେଇଛି କଂଗ୍ରେସ । ହେଲେ ଏବେ କଂଗ୍ରେସକୁ କର୍ଣ୍ଣାଟକରୁ ହଟାଇବାର ସମୟ ଆସିଛି । ଏଥିସହ ବଂଶବାଦ ରାଜନୀତିକୁ ନେଇକୁ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଘେରାଉ କରିଛନ୍ତି । ଆଗକୁ ମୋଦି ଗଡଗ, ଶିମୋଗା ଓ ବେଙ୍ଗାଲୁରୁରେ ରାଲି କରିବା କାର୍ଯ୍ୟକ୍ରମ ରହିଛି ।