କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ ବୟାନ : କହିଲେ, ୨୦୧୯ରେ ବିଜେପି ସରକାରକୁ ଆସିବା ହେବ କଷ୍ଟକର, କଂଗ୍ରେସ କ୍ଷମତାକୁ ଆସିଲେ ସେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

Advertisment
କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ ବୟାନ : କହିଲେ, ୨୦୧୯ରେ ବିଜେପି ସରକାରକୁ ଆସିବା ହେବ କଷ୍ଟକର, କଂଗ୍ରେସ କ୍ଷମତାକୁ ଆସିଲେ ସେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

source : The Indian Express

କନକ ବ୍ୟୁରୋ : ୨୦୧୯ରେ ବିଜେପି ସରକାର ଗଢିପାରିବ ନାହିଁ । ଆଜି ସବୁ ବିରୋଧୀ ଏକାଠି ହୋଇଛନ୍ତି । ତେଣୁ ୨୦୧୯ରେ ସରକାର ଗଢିବା ବିଜେପି ପାଇଁ କଷ୍ଟସାଧ୍ୟ ହୋଇପଡିବ । କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର ବେଳେ ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେହିପରି ପ୍ରଧାନମନ୍ତ୍ରୀ ହେବା ନେଇ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ମୁଁ ପ୍ରଧାନମନ୍ତ୍ରୀ ହେବାରେ କୌଣସି ଅସୁବିଧା ନାହିଁ । ଯଦି ୨୦୧୯ରେ କଂଗ୍ରେସ ବଡ ପାର୍ଟି ଭାବେ ଛିଡା ହୁଏ ତାହେଲେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ରାହୁଲ କହିଛନ୍ତି । ଆଜି କର୍ଣ୍ଣାଟକରେ ରାହୁଲଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । ଜନସଭାକୁ ସମ୍ବୋଧିତ କରିବା ସହ ସଂଧ୍ୟାରେ ଆର୍କବିଶପଙ୍କୁ ଭେଟିବେ ।

ଆଜି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯଦି ୨୦୧୯ ନିର୍ବାଚନରେ ତାଙ୍କ କଂଗ୍ରେସ ଦଳ ବିରୋଧୀ ଦଳଗୁଡ଼ିକୁ ନେଇ ହେବାକୁ ଥିବା ମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ଦଳ ବା ସବୁଠାରୁ ଅଧିକ ଲୋକସଭା ଆସନ ଜିଣେ , ତେବେ ସେ ପ୍ରଧାନମନ୍ତ୍ରୀ ହେବେ। ବେଙ୍ଗାଲୁର ଠାରେ ସମୃଦ୍ଧି ଭାରତ କନଫରେନ୍ସ ଅବସରରେ ଯୋଗ ଦେଇ ବରିଷ୍ଠ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କାଳରେ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସହିତ ମେଣ୍ଟ କରିବ। ଆଉ ଏହିମେଣ୍ଟରେ ଯଦି କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ଦଳ ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଜିତି ପାରିବ ନାହିଁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବାରଣାସୀ ଆସନରୁ ପରାଜିତ ହୋଇ ପାରନ୍ତି । ମିଳିତ ବିରୋଧୀ ଦଳକୁ ମୁକାବିଲା କରିବାରେ ନରେନ୍ଦ୍ର ମୋଦି ଅସଫଳ ହେବେ ବୋଲି ରାହୁଳ ଗାନ୍ଧୀ କହିଛନ୍ତି। ରାହୁଳ କହିଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରୁ ଏକୁଟିଆ ୫ଟି ଆସନରୁ ଅଧିକ ଆସନ ଜିତିପାରିବ ନାହିଁ। ନିକଟରେ ଉତ୍ତରପ୍ରଦେଶରେ ହୋଇ ଥିବା ଉପ ନିର୍ବାଚନରେ ମିଳିତ ବିରୋଧୀଦଳ ତାର ଶକ୍ତି ପ୍ରଦର୍ଶନ କରି ସାରିଛି ବୋଲି ରାହୁଳ କହିଛନ୍ତି। ଦେଶରେ ମହିଳା ସଶକ୍ତି କରଣ ଓ ରାଜନୀତିରେ ମହିଳାଙ୍କ ସ୍ଥାନ ସମ୍ପର୍କରେ ମତ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶର ୧୦ଟି ରାଜ୍ୟରେ କଂଗ୍ରେସର ମହିଳା ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହୋଇଥିବା ସେ ଦେଖିବାକୁ ଚାହାଁନ୍ତି। ରାହୁଲ କହିଥିଲେ ଯେ ତାଙ୍କର ଏପରି ବକ୍ତବ୍ୟ ଉପସ୍ଥିତ କିଛି ଲୋକ ଓ ବରିଷ୍ଠ ନେତାଙ୍କୁ ଅଡ଼ୁଆ ଲାଗିପାରେ। ମାତ୍ର ଆଗାମୀ ଦିନ ପାଇଁ ସେ ଏହି ଏଜେଣ୍ଡା ସେଟ୍ କରିବାକୁ ଯାଉଛନ୍ତି ବୋଲି ରାହୁଳ ଗାନ୍ଧୀ କହିଛନ୍ତି। ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମାତ୍ର ୧୦୨ ଜଣ ମହିଳାଙ୍କୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବାରୁ ଶ୍ରୀ ଗାନ୍ଧୀ ଏହି ଅବସରରେ ନାପସନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe