କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କୁ ଛୁରାମାଡ । ରବିବାର ଏକ ବିବାହ କାର୍ଯ୍ୟକ୍ରମରେ ଯାଇଥିବା ବିଧାୟକ ତନବୀର୍ ସେତ୍ ଙ୍କ ଉପରେ ଛୁରାମାଡ । ସୂଚନାନୁସାରେ , ନରସିହ୍ମାରାଜାରୁ ବିଧାୟକ ହୋଇଥିବା ତନବୀର୍ ସେତ୍ ବାଣୀ ମଣ୍ଡପରେ ଆୟୋଜନ ହୋଇଥିବା ଏକ ବିବାହ ସମାରୋହରେ ସାମିଲ୍ ହେବାକୁ ପହଁଚିଥିଲେ । ତେବେ ବିବାହ ସମାରୋହରେ ଜଣେ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିସାରିଛି ।
ଘଟଣାଟି ରବିବାର ରାତି ୧୧.୪୫ ରେ ଘଟିଥିବା ସୂଚନା ମିଳିଛି । ପୋଲିସ୍ କମିଶନର୍ କେଟି ବାଲାକୃଷ୍ଣଙ୍କ କହିବାନୁସାରେ , ଏହି ଆକ୍ରମଣରେ ବିଧାୟକଙ୍କ ବେକ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ଏକ ବେସରକାରୀ ଡାକ୍ତରଖାନାରେ ବିଧାୟକଙ୍କ ଚିକିତ୍ସା ଚାଲିଛି । ଅଭିଯୁକ୍ତର ପରିଚୟ ଫରହାନ୍ ରୁପରେ ହୋଇଥିବା ବେଳେ ଜାଞ୍ଚ୍ ରୁ ଅଭିଯୁକ୍ତର ବୟସ ମାତ୍ର ୨୦ ବର୍ଷ ବୋଲି ଜଣାପଡିଛି ।
Follow Us
/kanak/media/post_attachments/wp-content/uploads/2019/11/Tanveer-300x200.jpg)