ସାମାନ୍ୟ କଥାରେ ରାଗିଗଲେ ସିଦ୍ଧରମୈୟା । ସର୍ବ ସମ୍ମୁଖରେ ସହକର୍ମୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ । ଦେଖନ୍ତୁ ଭିଡିଓ ।

313

କନକ ବ୍ୟୁରୋ : ଏୟାରପୋର୍ଟରେ ଜଣକୁ ଚାପୁଡା ମାରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମହୀଶୂରରେ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସିଦ୍ଧରମୈୟା ମହୀଶୂରରେ ଥିଲେ । ତାଙ୍କ ସହିତ କାହାକୁ କଥା ହେବାକୁ ଦେଉନଥିଲେ ତାଙ୍କ ସୁରକ୍ଷାରେ ଥିବା କର୍ମଚାରୀ । ଏତିକି ବେଳେ ତାଙ୍କ ପାର୍ଟିର ଜଣେ ଲୋକ କୌଣସି ଜଣେ ଅଧିକାରୀଙ୍କ ସହିତ ଫୋନରେ କଥା କରାଇବାକୁ ଯାଇ ତାଙ୍କ କାନରେ ମୋବାଇଲ୍ ଫୋନ୍ ଲଗାଇ ଦେଇଥିଲେ ।

ଆଉ ଏତିକିରେ ରାଗି ପାଚି ଲାଲ୍ ହୋଇ ଯାଇଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ । ନିଜ ପାର୍ଟି ଲୋକଙ୍କୁ ସମସ୍ତଙ୍କ ଆଗରେ ମାରିଥିଲେ ଚାପୁଡା । ଏହି ଚାପୁଡା ଖାଇଥିବା ଲୋକ ଜଣକ ତାଙ୍କ ଅଫିସର ଜଣେ କର୍ମଚାରୀ ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ବିଭିନ୍ନ ମହଲରୁ ସିଦ୍ଧରମୈୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।