କର୍ଣ୍ଣାଟକର ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ। ଦଳବଦଳ ଆଇନରେ ଫସିଲେ କଂଗ୍ରେସ-ଜେଡିଏସ ମେଣ୍ଟର ବିଧାୟକ

Advertisment
କର୍ଣ୍ଣାଟକର ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ। ଦଳବଦଳ ଆଇନରେ ଫସିଲେ କଂଗ୍ରେସ-ଜେଡିଏସ ମେଣ୍ଟର ବିଧାୟକ

କନକ ବ୍ୟୁରୋ: ବିଧାନସଭାରେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ନୂଆ ସରକାରର ଶକ୍ତି ପରୀକ୍ଷା ପୂର୍ବରୁ ବାଚସ୍ପତି କେ. ଆାର୍. ରମେଶ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଆଜି ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଦଳବଦଳ ଆଇନ ବଳରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି କେ. ଆାର୍. ରମେଶ ।

୧୪ଜଣ ବିଦ୍ରୋହୀ ବିଧାୟକଙ୍କ ଭିତରୁ ଜେଡିଏସର ୬ ଏବଂ କଂଗ୍ରେସର ୮ଜଣ ବିଧାୟକ ଅଛନ୍ତି।ତେବେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି । ଅର୍ଥାତ୍ ୨୦୨୩ ମଧ୍ୟରେ ଏହି ୧୪ ଜଣ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି ।

publive-image

ସେପଟେ, ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି । ତେବେ ଆସନ୍ତାକାଲି ସେ ଆସ୍ଥା ଭୋଟ ଲୋଡିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ବାଚସ୍ପତି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ବିଏସ୍ ୟେଦୁରପ୍ପା ଆସନ୍ତାକାଲି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ବିଧାନସଭାରେ ଏବେ ମୋଟ ୨୨୨ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଅଯୋଗ୍ୟ ଘୋଷିତ ହେବାପରେ ସରକାର ଗଠନ ପାଇଁ ବିଜେପିକୁ ଏବେ ମାତ୍ର ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ବିଜେପିର ୧୦୫ ବିଧାୟକ ଅଛନ୍ତି ଏବଂ ୨ଜଣ ସ୍ବାଧୀନ ବିଧାୟକଙ୍କର ସମର୍ଥନ ରହିଛି। ଏଣୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଉ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କପାଇଁ କିଛି ଅସୁବିଧା ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe