କର୍ଣ୍ଣାଟକରେ ଆରମ୍ଭ ହେବ ଇନ୍ଦିରା କ୍ୟାଣ୍ଟିନ। ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାର ମିଳିବ ପେଟପୂରା ଖାଇବା

କର୍ଣ୍ଣାଟକରେ ଆରମ୍ଭ ହେବ ଇନ୍ଦିରା କ୍ୟାଣ୍ଟିନ। ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାର ମିଳିବ ପେଟପୂରା ଖାଇବା

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ସରକାର ଆସିବା ପରେ ରାଜ୍ୟରେ ଇନ୍ଦିରା କ୍ୟାଣ୍ଟିନ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ପୁଣିଥରେ ସେ ଇନ୍ଦିରା କ୍ୟାଣ୍ଟିନର ଶୁଭାରମ୍ଭ କରିବେ । ଗୋଟିଏ ମାସ ଭିତରେ ଏହାକୁ ଆରମ୍ଭ କରାଯିବ । ଏହି କ୍ୟାଣ୍ଟିନରେ ଲୋକମାନେ କମ ଦରରେ ଖାଦ୍ୟ ପାଇପାରିବେ । ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଇବା ପାଇପାରିବେ । କର୍ଣ୍ଣାଟକରେ ବଡ ବିଜୟ ପରେ କଂଗ୍ରେସ ସରକାର ଏହି ସେବା ଆରମ୍ଭ କରିବାକୁ ଯାଉଛି ।

ପୂର୍ବ ସରକାର ସମୟରେ କଂଗ୍ରେସ ଏହି କ୍ୟାଣ୍ଟିନର ଆରମ୍ଭ କରିଥିଲା । ବିଜେପି ସରକାରରେ ଆସିବା ପରେ କ୍ୟାଣ୍ଟିନକୁ ବନ୍ଦ କରିଦିଆଯାଇଥିଲା । ଦେଶର ସବୁ ଜିନିଷର ଦରଦାମ ବୃଦ୍ଧି ହେଉଛି । ଖାଦ୍ୟ ପାନୀୟର ଦାମ ବଢିବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ ସେତେବେଳେ ସେ ଖାଦ୍ୟ ପ୍ରଦାନକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନେ ରାହୁଲ ଗାନ୍ଧୀଙ୍କୁ ଏହି ସେବା ପୁଣିଥରେ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ରାହୁଲ ମଧ୍ୟ ସେବା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe