କନକ ବ୍ୟୁରୋ : କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ମନରେ ମୋ ପ୍ରତି ବହୁତ ସମ୍ମାନ ଓ ପ୍ରେମ ରହିଛି , ଦଳର ୭୫ ବର୍ଷ ପାର କରିଥିବା କୌଣସି ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ସେମାନେ ମୋ କାମରେ ପ୍ରଭାବିତ ହୋଇ ମୋତେ ୭୯ ବର୍ଷ ବୟସ ହେବା ଯାଏଁ କାମ କରିବାର ସୁଯୋଗ ଦେଇଛନ୍ତି ”
There is an event on 26th (July) on completion of 2 years of our govt here. After this, I will follow whatever JP Nadda will decide. It is my duty to bring back BJP to power. I urge party workers & seers to cooperate: Karnataka CM BS Yediyurappa pic.twitter.com/gLVbvFarTE
— ANI (@ANI) July 22, 2021
ଅନ୍ୟପଟେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ ବି ତାଙ୍କ ମନରେ ଏବେ ବି ଦଳପ୍ରତି ଭଲ ପାଇବା ଅଛି । ସେ କହିଛନ୍ତି କି ‘ମୋର ଇଚ୍ଛା ରାଜ୍ୟରେ ପାର୍ଟିକୁ ଆହୁରି ମଜବୁତ କରିବି ଓ ପାର୍ଟିକୁ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାରେ ସଫଳ ଉଦ୍ୟମ ଜାରି ରଖିବି , ଜୁଲାଇ ୨୬ ରେ ସରକାରକୁ ୨ ବର୍ଷ ପୂରଣ ହେବାକୁ ଯାଉଛି , ଏହି ଅବସରରେ ଜେ.ପି ନଡ୍ଡା ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରିବି’
କହିରଖୁ କି ୨୦୨୪ ସାଧାରଣ ନିର୍ବଚନ ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଏକ ନୂଆ ଟିମ୍ ସହାୟତରେ ୨୦୨୪ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଆସାମ ଓ ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି ।