କନକ ବ୍ୟୁରୋ: ମହୀଶୁର ଅର୍ବାନ ଡେଭଲପମେଂଟ ଅଥରିଟି ବା ମୁଦା ଜମି ଆବଣ୍ଟନ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଅଗଷ୍ଟ ୨୯ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଟ୍ରାଏଲ କୋର୍ଟଙ୍କୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିଦ୍ଦରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ଶନିବାର ଅନୁମତି ଦେଇଥିଲେ । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତି ରାଜନୀତି ପ୍ରତିଶୋଧମୂଳକ ବୋଲି କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ଶୁଣାଣୀ ୨୯ରେ କରାଯିବ ।ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ସିଦ୍ଦରମୈୟାଙ୍କ ତରଫରୁ ମାମଲା ଲଢ଼ୁଛନ୍ତି । ସେପଟେ କଂଗ୍ରେସ ବିଜେପିର ଷଡଯନ୍ତ୍ର କହି ଆଜି ଜୋରଦାର ପ୍ରଦର୍ଶନ କରିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ଧାରଣା ଦେଇଛି ବିଜେପି ।