ଶାହାଙ୍କ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ: ଟୁଇଟ କରି ସୂଚନା ଦେଲେ ନିଜେ ବିଏସ ୟେଦିୟୁରପ୍ପା; ବେଙ୍ଗାଲୁରର କାବେରୀ ମେଡିକାଲରେ ଭର୍ତ୍ତି

ଏପଟେ ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତଙ୍କ ରିପୋର୍ଟ ମଧ୍ୟ ପଜିଟିଭ

197

କନକ ବ୍ୟୁରୋ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ୭୭ବର୍ଷ ବୟସ୍କ ୟେଦିୟୁରପ୍ପା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି । ତେବେ ଡାକ୍ତରଙ୍କ ପରାମର୍ଶ ପରେ ସେ ବେଙ୍ଗାଲୁର ସ୍ଥିତ ମନିପାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା ସମସ୍ତଙ୍କୁ ସେଲଫ କ୍ୱାରେନଟିନରେ ରହି ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ଅପିଲ କରିଛନ୍ତି ୟେଦୟୁରପ୍ପା । ଗତ ଶୁକ୍ରବାର କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଆଲୋଚନା କରିଥିଲେ । ସେହି ସମୟରେ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ଉପସ୍ଥିତ ରହିଥିଲେ । ସେପଟେ ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ୟେଦିୟୁରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ଶାହା ନିଜେ ଟ୍ୱିଟ୍ କରି ଜଣାଇଲେ ଯେ, କରୋନାର ସାମାନ୍ୟ ଲକ୍ଷଣ ଆସିବା ପରେ ସେ ପରୀକ୍ଷା କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ , ସେମାନେ ସଙ୍ଗରୋଧରେ ରହିବା ସହ ପରୀକ୍ଷା କରାଇ ନେବାକୁ ଶାହା ପରାମର୍ଶ ଦେଇଛନ୍ତି । ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି କରାଯାଇଛି । ଅମିତ ଶାହା ହସପିଟାଲରେ ଭର୍ତି ହେବାର ଖବର ଆସିବା ପରେ ସବୁ ଦଳରୁ ନେତା ମାନେ ଟ୍ୱିଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏପଟେ ୭୭ ବର୍ଷିୟ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଏଥର କରୋନାକୁ ହରାଇଛନ୍ତି । ତାଙ୍କ କରୋନା ପରୀକ୍ଷା ନେଗେଟିଭ୍ ଆସିଛି ଏବଂ ତାଙ୍କୁ ଡିସଚାର୍ଜ କରାଯାଇଛି । ଅମିତାଭ ବଚ୍ଚନ ହସପିଟାଲ କର୍ମଚାରୀ ଓ ପ୍ରଶଂସକ ମାନଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।