କର୍ଣ୍ଣାଟକରେ ନୂଆ ସରକାର ଗଠନ ନେଇ ବିଜେପିରେ କସରତ । କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତି ପାଇଁ ଦିଲ୍ଲୀରେ କର୍ଣ୍ଣାଟକ ବିଜେପି ଟିମ

କର୍ଣ୍ଣାଟକରେ କିପରି ଗଠନ ହେବ ସରକାର, ସେ ନେଇ ଜୋର ଧରିଛି ଅଙ୍କକଷା

162

କନକ ବ୍ୟୁରୋ : କର୍ଣ୍ଣାଟକରେ କିପରି ଗଠନ ହେବ ସରକାର, ସେ ନେଇ ଜୋର ଧରିଛି ଅଙ୍କକଷା । ଗୋଟିଏ ପଟେ ବେଙ୍ଗାଲୁରୁରେ ବିଜେପି ନେତା ବିଏସ୍ ୟେଦୁରୁପାଙ୍କ ଘରେ ନେତାଙ୍କ ଡେରା ପଡିଥିବା ବେଳେ , ଦିଲ୍ଲୀ ଗସ୍ତ କରିଛନ୍ତି କର୍ଣ୍ଣାଟକ ବିଜେପିର ୩ ଜଣିଆ ଟିମ୍ । ଏହି ଟିମରେ ଅଛନ୍ତି ଜଗଦିଶ ସେଟ୍ଟାର, ସୌମନା ମଧୁସ୍ୱାମୀ ଏବଂ ୟେଦୁରପ୍ପାଙ୍କ ପୁଅ ବିଜେନ୍ଦ୍ର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏହି ଟିମ୍ ଭେଟ କରି ସରକାର ଗଠନର ଫାଇନାଲ୍ ବ୍ଲୁ ପ୍ରିଂଟ ସାଥିରେ ନେଇ ଆସିବେ ।

ଏପରି ସ୍ଥିତିରେ ଆଜି ବେଙ୍ଗାଲୁରୁରେ ପହଁଚିବେ କର୍ଣ୍ଣାଟକ ବିଜେପି ପ୍ରଭାରୀ । ସେ ମଧ୍ୟ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ । ଏବେ ବିଜେପି ନିକଟରେ ୧୦୫ ଜଣ ନିର୍ବାଚିତ ବିଧାୟକ ଅଛନ୍ତି । ସରକାର ଗଠନ ନେଇ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଯାହା ନିଷ୍ପତି ନେବେ ସେହି ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛି କର୍ଣ୍ଣାଟକ ବିଜେପି । ତେବେ କର୍ଣ୍ଣାଟକରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବାକୁ ଦାବି କରିବ ବୋଲି ଜଣାପଡିଛି । କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତି ପରେ ରାଜ୍ୟପାଳଙ୍କ ନିକଟରେ ଦାବି କରିବ ବିଜେପି