କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ସରକାର ଶପଥ ନେଇସାରିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜର ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିସାରିଛନ୍ତି । ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇସାରିଛି । ସିଦ୍ଦରମୈୟା କ୍ୟାବିନେଟରେ ମୋଟ ୩୨ ମନ୍ତ୍ରୀ ସାମିଲ ଅଛନ୍ତି । ତେବେ ଏମାନଙ୍କ ନାମରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି । ୩୨ରୁ ୨୪ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

Advertisment

ଏଡିଆର ରିପୋର୍ଟ ଅନୁସାରେ, ୩୨ ମଧ୍ୟରୁ ୩୧ ଜଣ କୋଟିପତି । ଏମାନଙ୍କ ସମ୍ପତ୍ତିର ପରିମାଣ ହାରାହାରି ୧୧୯.୦୬ କୋଟି ଟଙ୍କା । ସେହିଭଳି ସିଦ୍ଦରମୈୟାଙ୍କ ସମ୍ପତ୍ତିର ପରିମାଣ ୫୧ କୋଟି ଟଙ୍କା । ଏମନ୍ତ୍ରୀମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ତାଙ୍କର ସମ୍ପତ୍ତିର ପରିମାଣ ୧୪୧୩.୮୦ କୋଟି ଟଙ୍କା । ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତ୍ତି ତିମ୍ମାପୁର ରାମପ୍ପା ବଲପ୍ପାଙ୍କର । ତାଙ୍କ ପାଖରେ ମୋଟ ୫୮.୫୬ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।