ଆଜି ଆସିବ କର୍ଣ୍ଣାଟକ ଉପନିର୍ବାଚନର ଫଳାଫଳ । ସକାଳ ୮ଟାରୁ ୧୫ଟି ଆସନ ପାଇଁ ଗଣତି ଆରମ୍ଭ । ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପାଙ୍କ ପାଇଁ ବଡ ପରୀକ୍ଷା

୬ ଆସନରେ ହେବାକୁ ପଡିବ ବିଜୟୀ; କଂଗ୍ରେସ ଓ ଜେଡିଏସ ପାଇଁ ବି ସମ୍ମାନର ପ୍ରଶ୍ନ

115

କନକ ବ୍ୟୁରୋ: କର୍ଣ୍ଣାଟକ ଉପନିର୍ବାଚନର ଫଳାଫଳି ଆଜି ଆସିବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟରେ ବିଜେପି ନେତୃତ୍ୱାଧୀନ ୟେଦୁୟରପ୍ପା ସରକାର ପାଇଁ ଏହି ଫଳାଫଳ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ୧୫ ଆସନ ମଧ୍ୟରୁ ବିଜେପିକୁ ୬ ଆସନ ହାତେଇବାକୁ ପଡିବ । ୬ ଆସନ ପାଇଲେ ୟେଦୁୟରପ୍ପା ବିଧାନସଭାରେ ବହୁମତର ପ୍ରମାଣ ଦେଇପାରିବେ । ଅନ୍ୟଥା ସରକାର ଭାଙ୍ଗିଯିବା ଆଶଙ୍କା ରହିଛି ।

୨୨୫ ଆସନ ବିଶିଷ୍ଟ ବିଧାନସଭା ୨୦୮କୁ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ । ବିଜେପି ପାଖରେ ଏବେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି । ଉପନିର୍ବାଚନ ହେଉଥିବା ୧୫ ଆସନ ମଧ୍ୟରୁ କଂଗ୍ରେସ ନିକଟରେ ୧୨ ଓ ଜେଡିଏସ ନିକଟରେ ୩ଟି ଆସନ ଥିଲା । ତେବେ ବିଧାୟକମାନେ ବିଦ୍ରୋହ କରି ଅଯୋଗ୍ୟ ଘୋଷଣା ହୋଇଥିଲେ । ଏହାପରେ ଏହି ଆସନରେ ଉପନିର୍ବାଚନ ଡିସେମ୍ବର ୫ରେ ହୋଇଥିଲା ।