କନକ ବ୍ୟୁରୋ: କର୍ଣ୍ଣାଟକରୁ ଅସିଛି ଦୃଷ୍ଟାନ୍ତ ସୃ୍ଷ୍ଟିକାରୀ ଖବର । ଏଠିକାର କୋଲାର ଇଲାକାରେ ଏପରି ଏକ ଘଟଣା ଘଟିଛି ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଝିଅର ବିବାହ ଉତ୍ସବରେ ମସଗୁଲ ଥିଲା ପୁରା ପରିବାର । ଦକ୍ଷଇର ସଂସ୍କୃତି ଅନୁଯାୀ ଚାଲିଥିଲା ପ୍ରସ୍ତୁତି । ବିବାହ ପୂର୍ବଦିନ ବର, କନ୍ୟାଙ୍କ ଫଟୋ ଉଠାଯାଉଥିଲା । ହେଲେ ଏତିକି ବେଳେ କେଜାଣି କେଉଁଆଡୁ ହଠାତ୍ ଘୋଟିଆସିଲା ଦୁଃଖର କଳାବାଦଲ ।
କର୍ଣ୍ଣାଟକର ଚୈତ୍ରା କେଆର୍ । ସୁନାର ସଂସାର ଗଢିବା ପୂର୍ବରୁ ଭାଙ୍ଗିଯାଇଥିଲା ସବୁ ସ୍ୱପ୍ନ । ହାତ ଗଣ୍ଠି ପଡିବା ପୂର୍ବରୁ ହଠାତ୍ ଟଳିପଡିଥିଲେ ଚୈତ୍ରା । ମୂର୍ଚ୍ଛା ହୋଇଯାଇଛି ବୋଲି ଭାବି ଅନେକ ଆଶୁ ଚିକିତ୍ସା କରାଯାଇଥିଲେ ବି କିଛି ଲାଭ ହୋଇନଥିଲା । ଫଳରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ବେଙ୍ଗାଳୁରୁର ପ୍ରତିଷ୍ଠିତ ହସ୍ପିଟାଲ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ୍ ନ୍ୟୁରୋ ସାଇନ୍ସରେ ଭର୍ତ୍ତି କରାଗଲା । ସେଠାରେ ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ ଡାକ୍ତର । ଡାକ୍ତରଙ୍କ କହିବା କଥା ବ୍ରେନ୍ ଷ୍ଟ୍ରୋକର ୪ରୁ ୫ ଘଣ୍ଟା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ଏହାକୁ ଗୋଲ୍ଡେନ୍ ଆୱାର୍ସ କୁହାଯାଏ । କିନ୍ତୁ ଚୈତ୍ରାଙ୍କୁ ହସ୍ପିଟାଲ ଆଣିବା ବେଳକୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଅତ୍ରିକ୍ରମ ହୋଇସାରିଥିଲା । ଚୈତ୍ରାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତରଙ୍କ କଥା ଶୁଣି ହତବାକ୍ ହୋଇଯାଇଥିଲେ ପରିବାର ଲୋକେ ।
ଝିଅର ମୃତ୍ୟୁ ଖବର ଶୁଣି ମଧ୍ୟ ନିଜକୁ ଦୃଢ କରିଥିଲେ ତାଙ୍କ ବାପା, ମା’ । ଝିଅକୁ ସବୁଦିନ ପାଇଁ ହରାଇବା ପୂର୍ବରୁ ତାର ଜୀବନକୁ ସ୍ୱର୍ଗୀୟ, ମହତ କରିଦେଇଥିଲେ ପରିବାର ଲୋକେ । ମୃତ୍ୟୁ ପରେ ବି ଝିଅକୁ ଅମର କରିଦେଇଥିଲେ । ଝିଅର ବିଭିନ୍ନ ଅଂଙ୍ଗକୁ ଦାନ କରିବାକୁ ଲେଖିଦେଇଥିଲେ । ଫଳରେ ଝିଅ ଚୈତ୍ରାର ଦୁଇଟିଯାକ କିଡନୀ, ଦୁଇ ଆଖି, ହାର୍ଟ ସବୁ କିଛିକୁ ଦାନ କରି ଦେଇ ଅନେକ ବଞ୍ଚାଇପାରିଥିଲେ ।
ଚୈତ୍ରାଙ୍କ ବାପା, ମା’ଙ୍କ ଏପରି କାର୍ଯ୍ୟକୁ ନେଇ ପୁରା ରାଜ୍ୟର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ତାଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ଉଚ୍ଚ ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
Follow Us