କନକ ବ୍ୟୁରୋ: କର୍ଣ୍ଣାଟକରେ ଆଜି ସରକାର ଗଠନ କରିବ ବିଜେପି । ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ନେତା ବିଏସ୍ ୟେଦୁରପ୍ପା । ସୂଚନା ଅନୁସାରେ, କର୍ଣ୍ଣାଟକରେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି ୟେଦୁରପ୍ପା । ଆଜି ସଂଧ୍ୟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ସାକ୍ଷାତ ପରେ ରାଜଭବନ ଛାଡିବା ବେଳେ ଏନେଇ ଇସାରା କରିଛନ୍ତି ୟେଦୁରପ୍ପା ।
BS Yeddyurappa,BJP: I just met the Governor, I will take oath as Chief Minister today at 6 pm. #Karnataka pic.twitter.com/LkemKmqQP6
— ANI (@ANI) July 26, 2019
କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତାଙ୍କ ଟିମ୍ ଗତକାଲି ଦିଲ୍ଲୀରେ ଅମିତ ଶାହା ଓ ଜେପି ନାଡାଙ୍କୁ ସାକ୍ଷାତ କରିବା ପରେ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜଣାଇଥିଲେ । ଏନେଇ କେନ୍ଦ୍ରୀୟ ନେତାଙ୍କ ମୋହର ବାଜିବା ପରେ ଆଜି ୟେଦୁରପ୍ପା ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । କର୍ଣ୍ଣାଟକରେ ବିଜେପି ନିକଟରେ ଏବେ ୧୦୫ ଜଣ ବିଧାୟକ ଅଛନ୍ତି । ଜେଡିଏସ ଓ କଂଗ୍ରେସ ମେଂଟ ସରକାର ବିରୋଧରେ ୧୫ ଜଣ ବିଧାୟକ ବିଦ୍ରୋହୀ ହେବା ପରେ ଆସ୍ଥା ଭୋଟରେ ହାରି ଯାଇଥିଲେ କୁମାରସ୍ୱାମୀ ।