କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜେପି ତାର ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ କରିଛି । ବିଜେପି ତରଫରୁ ଶୁକ୍ରବାର ଦିନ ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦିରୂପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପାର୍ଟିର ରାଜ୍ୟ ମୁଖ୍ୟ ଭାବେ ନିଯୁକ୍ତ କରିଛି । ବିଜେପି ମହାସଚିବ ଅରୁଣ ସିଂଙ୍କ ତରଫରୁ ଜାରି କରାଯାଇଥିବା ଅଧିକାରୀକ ବୟାନରେ ଏନେଇ ସୂଚନା ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଲୋକସଭା ନିର୍ବାଚନ ପୂର୍ବରୁ ୟେଦ୍ଦିରୂପ୍ପାଙ୍କ ରାଜନୈତିକ ଉତରାଧିକାରୀ ଭାବେ ତାଙ୍କ ପୁଅକୁ ଦାୟୀତ୍ୱ ମିଳିବାକୁ ନେଇ ବେଶ୍ ଆଲୋଚନା ହେଉଛି । ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟେନ୍ଦ୍ର କୁଶାଲ ସଂଗଠନର ନେତା ଭାବେ ଆଗକୁ ଆସିଥିଲେ । ହେଲେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ମେ’ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ପରାଜିତ ହେବା ପରେ ଦଳ ବିଚାର ବିମର୍ଷ କରି ବିଜୟେନ୍ଦ୍ରଙ୍କୁ ଦଳର ଦାୟୀତ୍ୱ ଦେଇଛି । ଆଗରୁ ଅନୁମାନ କରାଯାଉଥିଲା କି ବିଜେପି କୌଣଶି ଲିଙ୍ଗାୟତ ନେତାଙ୍କୁ ରାଜ୍ୟର ମୁଖ୍ୟ ଭାବେ ଦାୟୀତ୍ୱ ଦେଇପାରେ ।