କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ବସବରାଜ ବୋମାଇ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । କାଲି ରାଜଭବନରେ ନେବେ ଶପଥ ।

140

କନକ ବ୍ୟୁରୋ: କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ବସବରାଜ ବୋମାଇ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାଁରେ ମୋହର । ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ ବୋମାଇଙ୍କ ନାଁ  ଆସନ୍ତାକାଲି ଅପରାହ୍ନରେ ଶପଥ ନେବେ ବୋମାଇ । ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦିୟୁରପ୍ପା ଇସ୍ତଫା ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏବେ ବସବରାଜ ବୋମାଇଙ୍କୁ କର୍ଣ୍ଣାଟକ ମୁଥ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ୟେଦିୟୁରପ୍ପା କ୍ୟାବିନେଟରେ ଗୃହମନ୍ତ୍ରୀ ଥିଲେ ବସବରାଜ ବୋମାଇ । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମ୍ମାଇଙ୍କ ପୁଅ ।