କର୍ଣ୍ଣାଟକ ମଣ୍ଡୟାରେ ବସ ଦୁର୍ଘଟଣା : ୨୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା, ମୃତକଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ସ୍କୁଲ ପିଲା

କର୍ଣ୍ଣାଟକ ମଣ୍ଡୟାରେ ବସ ଦୁର୍ଘଟଣା : ୨୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା,  ମୃତକଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ସ୍କୁଲ ପିଲା

କନକ ବ୍ୟୁରୋ: କର୍ଣ୍ଣାଟକର ମଣ୍ଡୟା ଜିଲ୍ଲାରେ ଶନିବାର ଦିନ ଏକ ଯାତ୍ରୀବାହୀ ବସ କାବେରୀ ନଦୀରୁ ବାହାରିଥିବା ଏକ କେନାଲରେ ଖସିପଡିବାରୁ ୨୫ ଜଣ ବ୍ୟକ୍ତି ପ୍ରାଣହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ପିଲା ବୋଲି ଜଣାପଡିଛି ।

publive-image

ମଣ୍ଡୟା ଜିଲ୍ଲାର କନଗାନାମାରାଡି ଗାଁ ଦେଇଯାଇଥିବା ଭିସି କେନାଲରେ ଏହି ବସଟି ଗଳିପଡିଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଦିନ ପ୍ରାୟ ସାଢେ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହାୟତା କାର‌୍ୟ୍ୟ ଆରମ୍ଭ କରିଥିଲେ ।

publive-image

ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଜଣେ ପିଲା ବର୍ତ୍ତିଯାଇଛି । ସେ ବସଟି ଖସିପ଼ଡିବା ପୂର୍ବରୁ ବାହାରକୁ ଡେଇଁ ପଡିଥିଲା । କିନ୍ତୁ ସେ ଗଭୀର ମାନସିକ ଚାପ ମଧ୍ୟରେ ଅଛି । ଘଟଣାସ୍ଥଳକୁ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ସହାୟତା କାର‌୍ୟ୍ୟ ଆରମ୍ଭ କରିଛି । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି ଯେ ବସର ଡ୍ରାଇଭର ଠିକ ଭାବେ ଗାଡି ଚଳାଉ ନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe