ଅଡିଓ ଟେପ୍ ବିବାଦ : ଦୁଷ୍କର୍ମ ପୀଡିତାଙ୍କ ସହ ନିଜର ତୁଳନା କଲେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ

ଅଡିଓ ଟେପ୍ ବିବାଦ : ଦୁଷ୍କର୍ମ ପୀଡିତାଙ୍କ ସହ ନିଜର ତୁଳନା କଲେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ

source : The News Minute

ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର୍ ରମେଶ କୁମାର କହିଲେ କି, ଥରେ ମାତ୍ର ଦୁଷ୍କର୍ମର ସରବ୍ୟ ହୋଇ ଥାଇ ବି ଅଦାଲତରେ ୧୦୦ ଥର ସେହି ଘଟଣାକୁ ଉଜ୍ଜୀବିତ କରାଯାଉଥିବା ଦୁଷ୍କର୍ମ ପୀଡ଼ିତା ଭଳି ତାଙ୍କୁ ଲାଗିଲାଣି। କଂଗ୍ରେସ-ଜେଡିଏସ୍ ସରକାର ଭାଙ୍ଗିବା ପାଇଁ ତାଙ୍କୁ ୫୦ କୋଟି ଟଙ୍କା ଦିଆଯାଇ ପ୍ରଭାବିତ କରାଯାଇଛି ବୋଲି ଏକ ବିବାଦୀୟ ଅଡିଓ କ୍ଲିପ୍ ସଂକ୍ରାନ୍ତରେ ଉଠିଥିବା ଅଭିଯୋଗ ସଂକ୍ରାନ୍ତରେ କହିବା ବେଳେ ବାଚସ୍ପତି କେ ଆର୍ ଏଭଳି କହିଛନ୍ତି।

publive-image

ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦ୍ଦୁରପ୍ପା ଏବଂ ଜେଡିଏସ୍ ବିଧାୟକ ନାଗାଙ୍ଗୌଡ଼ କନ୍ଦକୁରଙ୍କ ପୁତ୍ର ଶାରଙ୍ଗୌଡ଼ା ମଧ୍ୟରେ ସତ୍ୟ ଭଳି ମନେହେଉଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ରିଲିଜ୍ କରିଥିଲେ। ଏହି ଅଡିଓ କ୍ଲିପ୍ ସମ୍ବନ୍ଧରେ ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍ ଚଳାଇଥିବା ଆଲୋଚନା ସମୟରେ ବାଚସ୍ପତି ମଝିରେ ଏମିତି କଥା କହିପକାଇଲେ।

ଅଭିଯୋଗ ବାରମ୍ବାର ତାଙ୍କ ଆଡ଼କୁ ଆସୁଥିବା କଥା ଯୋଗୁଁ ବାଚସ୍ପତି କହିଲେ, ପରିସ୍ଥିତି ଦୁଷ୍କର୍ମ ପୀଡ଼ିତାଙ୍କ ଭଳି। ସେମାନଙ୍କୁ ମଧ୍ୟ ବାରମ୍ବାର ଘଟନା ସଂକ୍ରାନ୍ତରେ ପ୍ରଶ୍ନପଚରାଯାଏ। ଏହି ଅଡିଓ କ୍ଲିପ୍ର ଏସଆଇଟି ଯାଞ୍ଚ କରାଯିବ ବୋଲି ବାଚସ୍ପତି ସୋମବାର ଦିନ ଘୋଷଣା କରିଥିଲେ। ଏହି ଘଟନା ରାଜନୈତିକ ପ୍ରତିଶୋଧ ଭାବେ ବ୍ୟବହାର ହୋଇପାରେ ବୋଲି କହି ବିଜେପି ଏସଆଇଟିକୁ ଦୃଢ଼ ବିରୋଧ କରିବାରୁ ଏହି ମାମଲା ସମାଧାନ କରିବାକୁ ବୁଧବାର ଦିନ ବାଚସ୍ପତି ଫ୍ଲୋର୍ ଲିଡର୍ମାନଙ୍କର ବୈଠକ ଡକାଇଛନ୍ତି। ଚାଲନ୍ତୁ, ବିଚାର ଆଲୋଚନା କରିବା ଓ ସମାଧାନର ବାଟ ଖୋଜିବାକୁ ଉଦ୍ୟମ କରିବା ବୋଲି କହି ବାଚସ୍ପତି ବୁଧବାର ସକାଳ ଯାଏଁ ବିଧାନସଭା ମୁଲତବୀ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe