କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ହାସଲ କରିବ ବୋଲି ବିଜେପି ଡେଙ୍ଗୁରା ପିଟୁଥିବା ବେଳେ ଏବେ ଜଣଙ୍କ ପରେ ଜଣେ ନେତା ଦଳଛାଡୁଛନ୍ତି । ଏହି କ୍ରମରେ ନିର୍ବାଚନ ଲଢିବେ ନାହିଁ ବୋଲି କହୁଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସାବଦା ଏବେ ବିଜେପି ଛାଡିବେ ବୋଲି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ।

Advertisment

ଗୋଟିଏ ପଟେ ଖବର ଆସିଛି କି ଲକ୍ଷ୍ମଣ ସାବଦି ବିଧାନ ପରିଷଦ ସଭ୍ୟପଦ ଓ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ପାର୍ଟି ସୂତ୍ର ମୁତାବକ ଲକ୍ଷ୍ମଣ ସାବଦି ଏପର୍ଯ୍ୟନ୍ତ ଅଫିସିଆଲି ଇସ୍ତଫା ଦେଇ ନାହାଁନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ତରଫରୁ ଅନେକ ବିଚାରବିମର୍ଶ ପରେ ମଙ୍ଗଳବାର ଦିନ ୧୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶିଙ୍ଗାବ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।

ବିଜେପି ଜାରି କରିଥିବା ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ଚେହେରା ରହିଥିବା ବେଳେ ୩୨ ଜଣ ପଛ୍ରୁଆବର୍ଗର ଲୋକଙ୍କୁ ଟିକେଟ ମିଳିଛି । ସେହିଭଳି ୩୦ ଜଣ ଅନୁସୂଚିତ ଜାତି, ୧୬ଜଣ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଟିକେଟ ମିଳିଛି । ଏହାସହ ୮ଜଣ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଉହ୍ଲାଇଛି ବିଜେପି ।