କନକ ବ୍ୟୁରୋ: ଆଗାମୀ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ଏସଡିପିଆଇ ଭାଗନେବାକୁ ଘୋଷଣା କରିଛି । ତେବେ ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବାକୁ ନେଇ ବିବାଦ ଦେଖାଦେଇଛି । ଏସଡିପିଆଇ ଘୋଷଣା କରିଛି ଯେ ଦଳ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସର୍ବନିମ୍ନ ୧୦୦ ସିଟରେ ନିର୍ବାଚନ ଲଢିବ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ଆସନରେ ବସିଥିବା କଂଗ୍ରେସ ପାଇଁ ଏହା ଚିନ୍ତାର ବିଷୟ । କାରଣ ଦଳର ଗ୍ରାଉଣ୍ଡରେ ଉପସ୍ଥିତି ମହତ୍ତ୍ୱପୂର୍ଣ୍ଣ ମୁସଲିମ ଭୋଟକୁ ବିଭାଜିତ କରିବ ।
ଏସଡିପିଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ କେ ଫୌଜି ଶନିବାର ଘୋଷଣା କରିଥିଲେ ଯେ, ରାଜ୍ୟରେ ମୁଖ୍ୟ ବିରୋଧୀ କଂଗ୍ରେସ ପାଇଁ ଦୁଃଖର ବିଷୟ ଯେ ରାଜ୍ୟରେ ଥିବା ମୁସଲିମ ଭୋଟର ଭାଗବଣ୍ଟା ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/sddd.jpg)