କନକ ବ୍ୟୁରୋ: ରବିବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଘୋଷଣା ହୋଇଛି । ରାଜ୍ୟର ଜନତା କଂଗ୍ରେସକୁ ପୂର୍ଣ୍ଣବହୁମତର ସରକାର ଦେଇଛନ୍ତି । କଂଗ୍ରେସ ମୋଟ ୧୩୫ ସିଟରେ ବିଜୟ ପାଇଛି । ତେବେ ଏହାରି ଭିତରେ ରାଜ୍ୟରେ ଗୋଟିଏ ମାତ୍ର ଚର୍ଚ୍ଚା ଚାଲୁରହିଛି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? ସବୁଠି ଏହି ଚର୍ଚ୍ଚା କାଲି ସନ୍ଧ୍ୟାରୁ ଆରମ୍ଭ ହୋଇସାରିଛି ।

Advertisment

ତେବେ ଏହି ଆଲୋଚନା ଭିତରେ ରାଜ୍ୟର କଂଗ୍ରେସ ମୁଖିଆ ଡିକେ ଶିବକୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶିବକୁମାର ରବିବାର କହିଛନ୍ତି ଯେ, ତାଙ୍କର ସିଦ୍ଧରମୟାଙ୍କ ସହ କୌଣସ ପ୍ରକାରର ମତଭେଦ ନାହିଁ । ଶିବକୁମାରଙ୍କ ବୟାନ ସେତେବେଳେ ଆସୁଛି ଯେତେବେଳେ ସିଦ୍ଧରମୟା ଏବଂ ଶିବକୁମାର ଉଭୟଙ୍କୁ ତାଙ୍କର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅନେକ ସ୍ଥାନରେ ସମର୍ଥକମାନେ ବ୍ୟାନର ଲଗାଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଶିବକୁମାର ଆହୁରି ମଧ୍ୟ କହିଛନ୍ତି, ସେ ଦଳ ପାଇଁ ଅନେକ ଥର ତ୍ୟାଗ କରିଛନ୍ତି । ସିଦ୍ଧରମୟା ମଧ୍ୟ ତାଙ୍କୁ ସମର୍ଥନ କରିବା ସହ ତାଙ୍କ ସହ ଛିଡା ହୋଇରହିଥିଲେ । ଯେତେବେଳେ ତାଙ୍କୁ ମନ୍ତ୍ରୀ କରାଯାଇନଥିଲା ସେତେବେଳେ ମଧ୍ୟ ସେ ଧୌର୍ଯ୍ୟର ସହ କାମ କରିଚାଲିଥିଲେ । ସେ ସେତେବେଳେ ସିଦ୍ଧରମୟାଙ୍କ ସହ ଥିଲେ ଏବଂ ତାଙ୍କର ସହଯୋଗୀ ଥିଲେ ।