କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ସବୁଠାରୁ ଏହି ପ୍ରଶ୍ନ ଉଠିବାରେ ଲାଗିଛି । କଂଗ୍ରେସ ନିର୍ବାଚନ ପୂର୍ବରୁ ଦଳର ଚେହେରା କାହାକୁ କରାଯିବ ସେନେଇ କୌଣସି ଘୋଷଣା କରିନଥିଲା । ଦେବେ ଦଳର ବିଜୟ ପରେ ସିଏମ ଚେହେରାକୁ ନେଇ ସସପେନ୍ସ ଜାରିରହିଛି । ଶୁଣିବାକୁ ମିଳୁଛି ଯେ ବିଧାୟକ ଦଳ ବୈଠକ ପରେ କଂଗ୍ରେସର ବିଜୟୀ ପ୍ରତ୍ୟାଶୀ ପ୍ରସ୍ତାବ ପାରିତ କରି ଶୀର୍ଷ ନେତୃତ୍ୱଙ୍କ ଉପରେ ନିଷ୍ପତ୍ତି ଛାଡିବେ ।

Advertisment

ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୟା ଏବଂ ଡିକେ ଶିବକୁମାର ପ୍ରବଳ ଦାବିଦାର ରହିଛନ୍ତି । ଡିକେ ଶିବକୁମାର ଦଳର ପ୍ରଦେଶ ଅଧ୍ୟକ୍ଷ ଥିବା ବେଳେ ସିଦ୍ଧରମୟା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦଳର ବଡ ନେତା । କଂଗ୍ରେସ ପାଇଁ ଉଭୟଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ବାଛିବା ଏକ ପ୍ରକାର କାଠିକର ପାଠ ।

ଏହା ପୂର୍ବରୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦେଇଥିବା କଥା ରଖିପାରିଛି । ମୁଁ କଥା ଦେଇ କଥା ରଖିଛି । ମୁଁ କର୍ଣ୍ଣାଟକବାସୀଙ୍କୁ ସେମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ଜଣାଉଛି । ତାଙ୍କ ଗୋଡତଳେ ପଡି ତାଙ୍କ ଆଶୀର୍ବାଦ ମାଗୁଛି । ଏ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ସେହିପରି ସିଦ୍ଧରମୟା  କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ ପ୍ରଚାର ବେଳେ କହିଥିଲୁ ଯେ ଆମକୁ ୧୩୦ରୁ ଅଧିକ ଆସନ ମିଳିବାକୁ ଯାଉଛି । ଏହା ଆମ ପାଇଁ ବଡ ବିଜୟ । କର୍ଣ୍ଣାଟକବାସୀ ପରିବର୍ତ୍ତନ ଚାହୁଁଥିଲେ ସେମାନେ ଭାଜପା ସରକାରଠାରୁ ମୁକ୍ତି ଚାହୁଁଥିଲେ । ଏହା ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ମଜବୁତ କରିବ ।