କନକ ବ୍ୟୁରୋ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ବହୁମତ ପ୍ରମାଣ କରିବେ । ସଂଖ୍ୟାଗଣତିରେ ଆଗରେ ଥିବା ବିଜେପି ସରକାର ଆସ୍ଥାଭୋଟରେ ବିଜୟୀ ହେବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ କର୍ଣ୍ଣାଟକ ନାଟକରେ ଆଉ ଏକ ମୋଡ଼ ଆସିଛି । ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସ ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା । ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି । ସେପଟେ ବାଚସ୍ପତି ରମେଶ କୁମାରଙ୍କୁ ପଦରୁ ହଟାଇବା ବିଷୟରେ ଇସାରା ଦେଇସାରିଛନ୍ତି ୟେଦୁରପ୍ପା ।
ତେଣୁ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ୟେଦୟୁରପ୍ପାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି କୁହାଯାଉଛି । ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ସେମାନେ କୋର୍ଟରେ ଆବେଦନ କରିବେ । କର୍ଣ୍ଣାଟକ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୨୪ । ତେବେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଏବେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୭କୁ ଖସିଆସିଛି । ଫଳରେ ଆସ୍ଥାଭୋଟ୍ ଜିତିବାକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଏବେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି । ତେଣୁ ୟେଦୁରପ୍ପା ଆସ୍ଥାଭୋଟ ଜିତିବାର ସମ୍ଭାବନା ରହିଛି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/852614-yeddyurappa-ani-7.png)