ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ବିଧାୟକ: ବାଚସ୍ପତିଙ୍କ ବିରୋଧରେ କଲେ ଆବେଦନ, କାଲି ହେବ ମାମଲାର ଶୁଣାଣି

171

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଁଚିଲା କର୍ଣ୍ଣାଟକ ନାଟକ । ଇସ୍ତଫା ଦେଇଥିବା ବାଗୀ ବିଧାୟକ ସୁପ୍ରିମକୋର୍ଟରେ ପହଞ୍ଚିଲେ । ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ଜେଡିଏସ-କଂଗ୍ରେସ ବିଧାୟକ ।


ତେବେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ଅସାମ୍ବିଧାନିକ କହିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ବାଚସ୍ପତି ତାଙ୍କର ସାମ୍ବିଧାନିକ ଦାୟିତ୍ୱ ସଠିକ ଭାବେ ତୁଲାଉ ନାହାନ୍ତି ତେଣୁ ସେ ଦାୟିତ୍ୱ ଛାଡନ୍ତୁ ବୋଲି ବିଧାୟକମାନେ ଆବେଦନ କରିଛନ୍ତି । ଏହା ସହ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତି ଜାଣି ଜାଣି ବିଳମ୍ବ କରୁଛନ୍ତି ବୋଲି ବିଧାୟକମାନେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏହି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ ।


କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇଥିବା ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିଥିବା ବେଳେ ୮ ଜଣଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତିି । ଇସ୍ତଫା ଦେଇଥିବା କଂଗ୍ରେସର ୮ଜଣ ବିଧାୟକ ଉପଯୁକ୍ତ ସାମ୍ବିଧାନିକ ପ୍ରକ୍ରିୟା ଦେଇ ଇସ୍ତଫା ଦେଇନାହାନ୍ତିି ବୋଲି ବାଚସ୍ପତି କହିଥିଲେ । ଆସନ୍ତା ୧୨ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ବିଧାୟକଙ୍କୁ ନୋଟିସ୍ କରିଥିଲେ ବାଚସ୍ପତି । ତେବେ ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ରୋହୀ ବିଧାୟକ ।