କର୍ଣ୍ଣାଟକ ନାଟକ: ଫିଟୁଛି ଗଠବନ୍ଧନ ଗଣ୍ଠି ! ଭାଙ୍ଗି ଯାଇପାରେ ମେଣ୍ଟ ସରକାର ? ଇସ୍ତଫା ଦେଉଛନ୍ତି ବିଧାୟକ

171

କନକ ବ୍ୟୁରୋ: କର୍ଣ୍ଣାଟକରେ ବଢୁଛି ସଙ୍କଟ । କର୍ଣ୍ଣାଟକର କଂଗ୍ରେସ- ଜେଡିଏସ ସରକାର ଉପରେ ଦିନକୁ ଦିନ ବଢୁଛି ସଙ୍କଟ । ଗଠବନ୍ଧନରେ ହୋଇଥିବା ସରକାର ଉପରେ ସଙ୍କଟ ମାଡି ଆସୁଛି । ଇସ୍ତଫା ଦେବାକୁ ପହଞ୍ଚିଲେ ୧୨ ବିଧାୟକ । ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବାକୁ ବିଧାନସଭାରେ ପହଞ୍ଚିଲେ ୧୨ ବିଧାୟକ ।

କଂଗ୍ରେସର ୯ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ବିଧାନସଭାରେ ବାଚସ୍ପତି ନଥିବା ସୂଚନା ମିଳିଛି । ତେବେ ଗତ କିଛି ଦିନ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଅଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଧାୟକମାନେ ଇସ୍ତଫା ଦେଉଛନ୍ତି । ଯାହା କୁମାରସ୍ୱାମୀ ସରକାରର ସଂଖ୍ୟା ଗରିଷ୍ଠତା ଉପରେ ସଙ୍କଟ ଆଣିଛି ।

ତେବେ ପୂôର୍ବରୁ କଂଗ୍ରେସର ୮୦ ଓ ଜେଡିଏସର ୩୭ ବିଧାୟକଙ୍କୁ ନେଇ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ କୁମାରସ୍ୱାମୀ । ତେବେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ ଏବେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ପଡିଛି । କାରଣ ପୂôର୍ବରୁ କଂଗ୍ରେସର ୨ ବିଧାୟକ ଇସ୍ତଫା ଦେଇଥିଲେ ଆଉ ଜଣେ ବିଧାୟକଙ୍କୁ ବହିଷ୍କାର କରିଥିଲା ଦଳ । ଯାହା ଫଳରେ କୁମାରସ୍ୱାମୀ ସରକାରର ନମ୍ବର ୧୧୪କୁ ଖସି ଆସିଛି । ମାତ୍ର ଏବେ ୧୨ ବିଧାୟକ ଇସ୍ତଫା ଦେବାକୁ ଯାଇଥିବା ବେଳେ କଣ ହେବ କୁମାରସ୍ୱାମୀ ସରକାରର ଭାଗ୍ୟ ତାହା ଦେଖିବାର ବାକି ଅଛି ।