କର୍ଣ୍ଣାଟକ କାହାର ? ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ସକାଳ ୮ଟାରୁ ୩୮ଟି କେନ୍ଦ୍ରରେ ଭୋଟଗଣତି । ଦିନ ୧୨ଟା ସୁଦ୍ଧା ରାଜନୈତିକ ଚିତ୍ର ହୋଇପାରେ ସ୍ପଷ୍ଟ

Advertisment
ଆଉ କାମ ଦେଉନି ଟଙ୍କା ! କର୍ଣ୍ଣାଟକରେ ସରକାର ଗଢ଼ିବାକୁ ବିଜେପିକୁ ମଠ ଭରସା

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆଜି (ମଂଗଳବାର) ପ୍ରକାଶ ପାଇବ। ସକାଳ ୮ଟାରୁ ରାଜ୍ୟର ୪୦ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ ବୋଲି ନିର୍ବାଚନ କମିସନ କହିଛନ୍ତି। ରାଜ୍ୟରେ ମୋଟ ୨୨୨ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଦାନ ହୋଇଥିବା ବେଳେ ଇଭିଏମରେ ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ତେବେ ନିର୍ବାଚନ ପରବର୍ତ୍ତୀ ଏକଜିଟ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ହେବା ବୋଲି ଅନୁମାନ କରାଯାଇଛି। କ୍ଷମତାସୀନ କଂଗ୍ରେସ ଦଳକୁ ସବୁଠୁ ଅଧିକ ଆସନ ମିଳିଲେ ମଧ୍ୟ ସରକାର ଗଢିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ ବୋଲି ଏକ୍ଜିଟ ପୋଲ ଆକଳନରୁ ଜଣାପଡ଼ିଥିଲା।

publive-image

ତେବେ କଂଗ୍ରେସକୁ ଟକ୍କର ଦେଇ ବିଜେପି ମଧ୍ୟ ଏହାର ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ୩୦ରୁ ୪୦ ଆସନ ପାଇ ଜେଡିଏସ କିଙ୍ଗ ମେକର୍ ସାଜିବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ରୁ ଜଣାପଡ଼ିଥିଲା। କେନ୍ଦ୍ରରେ ଥିବା ସରକାର କର୍ଣ୍ଣାଟକରେ କ୍ଷମତାକୁ ଆସିପାରୁ ନଥିବା ଧାରାକୁ କଂଗ୍ରେସ ୧୯୮୫ ମସିହାରୁ ଭାଙ୍ଗି ସାରିଥିବା ବେଳେ ଆଜି ଏହି ଧାରା ବଜାୟ ରହିବ ନା ମୋଦି ହାଓ୍ଵାର ପ୍ରଭାବରେ କଂଗ୍ରେସ ଗଡ଼ ଭୁଶୁଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟରେ ବିଜେପି-ଜେଡିଏସର ଗୁପ୍ତ ମେଣ୍ଟ ଥିବା ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ କଂଗ୍ରେସ ଦଳିତ କାର୍ଡ ଖେଳି ଜେଡିଏସ୍କୁ ବିଜେପି ମୁହାଁ ହେବାରେ ଅଟକାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe